ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ପୁଣି ରାଜଧାନୀରେ ଏକ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା। ଅଟଲାର ସୁରେଖା ବାଟିକା ଆପାର୍ଟମେଣ୍ଟରେ ଘଟିଛି ଏଭଳି ଏକ ଅଭାବନୀୟ କାଣ୍ଡ । ପାହାଳ ଥାନା ଅନ୍ତର୍ଗତ ଅଟଳାଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ନାମ ହେଲା ସୁଜାତା ରଥ । ଏହି ଆପର୍ଟମେଣ୍ଟରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭଇନ ରିଲେସନରେ ରହୁଥିଲେ । ଆଜି ସକାଳୁ ନିଜ ରୁମରେ ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ସହିଦ ନଗରରେ ନିଜ ବୟଫ୍ରେଣ୍ଡଙ୍କ ସହ ମିଶିକି ନିଜସ୍ୱ ଏକ ବ୍ୟବସାୟ କରୁଥିଲେ। ଫ୍ଲାଟରେ ନିଜ ବାପା ମାଆଙ୍କ ଅନୁମତିରେ ରହୁଥିଲେ ନିଜ ପ୍ରେମିକ ସହ। ମାତ୍ର ଗତ ୩ ଦିନ ହେବ ଆପାର୍ଟମେଣ୍ଟରେ ରହୁ ନ ଥିଲେ ପ୍ରେମିକ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପାହାଲ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହକୁ ଜହତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଯାଇଛି ।

Show More

Related Articles

Back to top button