Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ପୁଣି ରାଜଧାନୀରେ ହତ୍ୟାକାଣ୍ଡ

ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରରେ ହତ୍ୟାକାଣ୍ଡ। ନିଶା କାରବାରକୁ ବିରୋଧ କରିବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ନିଶା ବେପାରୀମାନେ ମିଶି ଯୁବକଙ୍କୁ ବାଡ଼େଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳରେ। ମୃତ ଯୁବକ ଜଣଙ୍କ ହେଲେ ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ। ଗତ ରାତିରେ ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁଙ୍କୁ ନିଶା ବେପାରୀମାନେ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଚନ୍ଦୁଙ୍କୁ ପରିବାର ଲୋକେ ଉଦ୍ଧାର କରି  କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚନ୍ଦୁଙ୍କ ଭଉଣୀଙ୍କ କହିବା ଅନୁସାରେ, ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିଲା। ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ସମୟ କାଟି ଫେରୁଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ। ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଶେଷରେ ସେହିମାନେ ମୋ ଭାଇଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବୋଲି ଚନ୍ଦୁଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ଚନ୍ଦୁଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ନିଶା କାରବାର ନେଇ ପୁଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ମୋ ଭାଇକୁ ହତ୍ୟା କରିଛନ୍ତି।

Show More

Related Articles

Back to top button