ଦେଶ ବିଦେଶସ୍ୱତନ୍ତ୍ର

ପୁଣି ଆମେରିକାରେ ଗୁଳିକାଣ୍ଡ,୫ ଜଣଙ୍କ ମୃତ୍ୟୁ

ଗତ କିଛିଦିନ ହେବ ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସୁଛି ।ପୁଣି ଏଭଳି ଘଟଣାର ପୁନରାବୃତ୍ତି ହୋଇଛି । ମ୍ୟାରିଲାଣ୍ଡର ଏକ ଘରେ ଶୁକ୍ରବାର ୫ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଶିଶୁ ।

ଏ ଖବରରେ ସ୍ଥାନୀୟ ଅଧିକାରୀ ସ୍କଟ୍ ଆଡମ୍ସଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଇଲକ୍ ମିଲ୍ସ ସ୍ଥିତ ଏକ ଦୁଇ ମହଳା ଘରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ମହିଳା, ଜଣେ ପୁରୁଷ ଓ ତିନି ଶିଶୁ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଏହି ଘଟଣା ଆମେରିକାର ଭାଲଟିମୋରରୁ ୯୭ କିମି ଦୂରରେ ଥିବା ଏକ ଜଙ୍ଗଲ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ଘଟିଛି । ଏହା ଏକ ଭୟଙ୍କର ଘଟଣା ବୋଲି ଆଡମ୍ସ କହିଛନ୍ତି । ତେବେ ଏଥିରେ ଡରିବାର କିଛି ନାହିଁ । କିନ୍ତୁ ଏହା ସାଧାରଣ ନୁହେଁ । ତେବେ ଗୁଳିକାଣ୍ଡ ଘଟଣାକୁ ନେଇ ଅନ୍ୟ ସାଧାରଣ ଜନତା ଡରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ,ଦୁର୍ବୃତ୍ତ ଗୁଳିକାଣ୍ଡ ପରେ ନିଜେ ପୋଲିସକୁ ଫୋନ୍ କରି ସୂଚନା ଦେଇଥିଲା ବୋଲି ଅନ୍ୟ ଜଣେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

 

Show More

Related Articles

Back to top button