Breaking PLUSଦେଶମୁଖ୍ୟ ଖବର

ଉତ୍ତର ପ୍ରଦେଶରେ ବାଣିଜ୍ୟ, ବିକାଶ ଓ ବିଶ୍ୱାସର ପରିବେଶ ସୃଷ୍ଟି ହୋଇଛି-ପିଏମ ମୋଦି

ଲକ୍ଷ୍ନୌ, 19 ଫେବୃୟାରୀ – ଉତ୍ତର ପ୍ରଦେଶରେ ବାଣିଜ୍ୟ, ବିକାଶ ଓ ବିଶ୍ୱାସର ପରିବେଶ ସୃଷ୍ଟି ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡବଲ ଇଞ୍ଜିନ ସରକାର ଦେଖାଇଛି ଯେ, ଯଦି ପରିବର୍ତ୍ତନ ସ୍ଥିର କରାଯାଏ, ତେବେ ଏହାକୁ କେହି ବି ରୋକିପାରିବେ ନାହିଁ । ଗତ କିଛି ବର୍ଷରେ ୟୁପିରୁ ରପ୍ତାନୀ ଦୁଇଗୁଣା ହୋଇଛି ।
ସୋମବାର ଇନ୍ଦିରାଗାନ୍ଧି ପ୍ରତିଷ୍ଠାନରେ ଆୟୋଜିତ ଗ୍ରାଉଣ୍ଡ ବ୍ରେକିଂ ସେରିମନି (ଜିବିସି)ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଜିବିସିର ଉଦଘାଟନ କରିଥିଲେ । ଏହା ଜରିଆରେ 10ଲକ୍ଷ କୋଟି ଟଙ୍କାର 14ହଜାର ନିବେଶ ପରିଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଉତ୍ତର ପ୍ରଦେଶ ସେହି ରାଜ୍ୟ ଅଟେ, ଯେଉଁଠି ଦେଶର ସବୁଠୁ ଅଧିକ ଏକ୍ସପ୍ରେସ ୱେ, ଏବଂ ଦେଶର ସବୁଠୁ ଅଧିକ ଇଣ୍ଟନ୍ୟାସନାଲ ଏୟାରପୋର୍ଟ ରହିଛି ।
ଆଜି ଉତ୍ତରପ୍ରଦେଶ ସେହି ରାଜ୍ୟ, ଯେଉଁଠି ଦେଶର ପ୍ରଥମ ରାପିଡ ରେଳ ଚାଲୁଛି । ନଦୀଗୁଡିକର ବିଶାଳ ନେଟୱର୍କ ମାଧ୍ୟମରେ ମାଲବାହକ କାର୍ଯ୍ୟ କରାଯାଉଛି । ଟ୍ରାନ୍ସପୋର୍ଟସନ ଶସ୍ତା ହୋଇଛି । ଆଜିର କାର୍ଯ୍ୟକ୍ରମର ଆକଳନ କେବଳ ନିବେଶ ଦେଖି କରୁନାହିଁ । ଏଠାରେ ସମସ୍ତଙ୍କ ଆଶା ଦେଖାଦେଉଛି, ଯାହାକି ବହୁତ ବ୍ୟାପକ ଅଟେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଏଠାରେ ବିକଶିତ ଭାରତର ବିକଶିତ ଉତ୍ତର ପ୍ରଦେଶର ସଂକଳ୍ପ ପାଇଁ ଏକଜୁଟ ହୋଇଛୁ । ଆଜି ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ 403 ବିଧାନସଭା କ୍ଷେତ୍ରରେ ଲୋକେ ଲାଇଭ୍ ଦେଖୁଥିବା ମୋତେ କୁହାଯାଇଛି । ସେ କହିଛନ୍ତି ଯେ 2017 ବର୍ଷ ପୂର୍ବରୁ ଉତ୍ତରପ୍ରଦେଶରେ ଅପରାଧ, ଦଙ୍ଗା ଏବଂ ଛିନତାଇ ଖବର ଆସୁଥିଲା । ସେହି ସମୟ ମଧ୍ୟରେ ଯଦି କେହି କହିଥାନ୍ତା ଯେ ଉତ୍ତରପ୍ରଦେଶକୁ ଏକ ବିକଶିତ ରାଜ୍ୟ ବନାଇବା, ତେବେ ବୋଧହୁଏ କେହି ପ୍ରସ୍ତୁତ ହୋଇନଥାନ୍ତେ। ବିଶ୍ୱାସ କରିବାର କୌଣସି ପ୍ରଶ୍ନ ଉଠୁନାହିଁ । ଆଜି ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଉତ୍ତରପ୍ରଦେଶର ମାଟିରେ ଆସୁଛି ଏବଂ ମୁଁ ଏଠାରୁ ସାଂସଦ। ମୋର ଉତ୍ତରପ୍ରଦେଶରେ ପୁଞ୍ଜି ବିନିଯୋଗ ହେଲେ ମୁଁ ଅଧିକ ଖୁସି ଅନୁଭବ କରିବି ।

Show More

Related Articles

Back to top button