Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ହିମସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି, 25 ମୃତ

କାବୁଲ,20 ଫେବୃୟାରୀ – ଆଫଗାନିସ୍ତାନର ପୂର୍ବ ପ୍ରାନ୍ତ ନୁରିସ୍ତାନରେ ସୋମବାର ହିମସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିରେ ପ୍ରାୟ 25ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି । ନୁରିସ୍ତାନର ତାତିନ ଘାଟିର ନାକରେ ଗାଁରେ ରାତିସାରା ହିମସ୍ଖଳନ ଯୋଗୁ ଘରଗୁଡିକ ବରଫ ଓ ପଥର ତଳେ ଦବି ଯାଇଛି ।
ଆଫଗାନିସ୍ତାନ ଟାଇମ୍ସ ଓ ଟୋଲୋ ନ୍ୟୁଜ ମୁତାବକ, ସୂଚନା ଓ ସଂସ୍କୃତି ପ୍ରାନ୍ତୀୟ ପ୍ରମୁଖ ଜମିଉଲ୍ଲାହ ହାସିମି କହିଛନ୍ତି ଏବେ ବି ବରଫପାତ ଜାରି ରହିଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ । ହିମସ୍ଫଳନ ଯୋଗୁ ପ୍ରାୟ 20ଟି ଘର ମାଟିତଳେ ଦବି ହୋଇଛି । ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ପରିବାର ବିସ୍ଥାପିତ ହୋଇଛନ୍ତି ।
ଏବେ ବି ପାଗ ପ୍ରତିକୂଳ ରହିଛି, ତେଣୁ ନୁରିସ୍ତାନରେ ହେଲିକପ୍ଟର ଅବତରଣ କରିପାରୁନାହିଁ । ଅବରୋଧ ହୋଇଥିବା ରାସ୍ତାରେ ଉଦ୍ଧାର ଅଭିଯାନ ଜଟିଳ ରହିଛି । ଏଠାରେ ସୂଚନାଯୋଗ୍ୟ, ପାକିସ୍ତାନ ସୀମାରେ ଥିବା ନୁରିସ୍ତାନ ଅଂଚଳ ପାହାଡିଆ ଦୁର୍ଗମ ଅଂଚଳ ଅଟେ ।

Show More

Related Articles

Back to top button