ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

କେଜ୍ରିୱାଲଙ୍କୁ ଡିନର ପାଇଁ ନିମନ୍ତ୍ରଣ କରିଛନ୍ତି ଜଣେ ଅଟୋ ଡ୍ରାଇଭର

ଅହମ୍ମଦାବାଦ: ଆଗକୁ ଆସୁଛି ଗୁଜରାଟର ବିଧାନସଭା ନିର୍ବାଚନ। ରାଜଧାନୀ ଦିଲ୍ଲୀ ଡେଇଁ ଆପ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଏବେ ନଜର ଗୁଜରାଟ ଉପରେ ରହିଛି। ସେଥିପାଇଁ ଅରବିନ୍ଦ କେଜ୍ରିୱାଲ ବ୍ୟବସାୟୀ ରାଜ୍ୟ ଗୁଜରାଟକୁ ଘନ ଘନ ଗସ୍ତ କରୁଛନ୍ତି। ଏବେ ଅହମ୍ମଦାବାଦରେ କେଜ୍ରିୱାଲ ଅଟୋ ଡ୍ରାଇଭରଙ୍କ ସଭାରେ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ନିମନ୍ତ୍ରଣକୁ ହଁ କରିଥିଲେ କେଜ୍ରିୱାଲ। ଅଟୋ ଡ୍ରାଭର ଜଣକ କେଜ୍ରିୱାଲଙ୍କ ବଡ଼ ଫ୍ୟାନ ବୋଲି ସେ କହିଥିଲେ। ସେ କହିଥିଲେ ଯେ, ପଞ୍ଜାବରେ ଆପଣ ଜଣେ ଅଟୋ ଡ୍ରାଇଭରଙ୍କ ଘରେ ଡିନର କରୁଥିବା ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆପଣ ମୋ ଘରକୁ ଡିନର ପାଇଁ ଆସିବେ କି କହି ପ୍ରେମଭରା ନିମନ୍ତ୍ରଣ କରିଥିଲେ ଅଟୋ ଡ୍ରାଇଭର। ବିକ୍ରମ ଲଲତାନି ନାମକ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ଏଭଳି କହି ନିମନ୍ତ୍ରଣ କରିଛନ୍ତି। ପ୍ରତିଉତ୍ତରରେ କେଜ୍ରିୱାଲ ‘ଜରୁରୁ ଆୟେଙ୍ଗେ ବୋଲି କହିଥିଲେ। କେଜ୍ରିୱାଲ କହିଥିଲେ ଯେ, ପଞ୍ଜାବରେ ମୁଁ ୨ ଜଣ ଅଟୋ ଡ୍ରାଇଭରଙ୍କର ଘରକୁ ଯାଇଥିଲି। ପଞ୍ଜାବର ଅଟୋ ଡ୍ରାଇଭର ମୋତେ ଭଲ ପାଆନ୍ତି। ସ୍ନେହ ଆଦର କରନ୍ତି। ଗୁଜରାଟରେ ଅଟୋ ଡ୍ରାଇଭର ମଧ୍ୟ ସମାନ ଢଙ୍ଗରେ ଆଦର କରନ୍ତି। ଆଜି ରାତିରେ ନିଶ୍ଚିତ ଡିନର କରିବି ବୋଲି କେଜ୍ରିୱାଲ କହିଥିଲେ। ଏହି ବାର୍ତ୍ତାଳପ ମଧ୍ୟରେ ସନ୍ଧ୍ୟା ୮ଟାରେ ଭେଟଘାଟ ପାଇଁ ସ୍ଥିର ହୋଇଥିଲା। କଥାବାର୍ତ୍ତା ଛଳରେ ମୋତେ ହୋଟେଲରୁ ତୁମ ଅଟୋରେ ପିକ୍ କରିବକି  କେଜ୍ରିୱାଲ ବିକ୍ରମଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ବିକ୍ରମ ଅତି ଖୁସିରେ ହଁ କହିଥିଲେ। କେଜ୍ରିୱାଲଙ୍କ ସମ୍ବୋଧନରେ ସମସ୍ତେ ଖୁସି ହୋଇ ତାଳି ମାରିଥିଲେ।

 

Show More

Related Articles

Back to top button