ମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

‘ଯୋଦ୍ଧା’ରେ ପୁଣିଥରେ ଆର୍ମି ଆକ୍ସନରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା

ଯୋଦ୍ଧା’ରେ ପୁଣିଥରେ ଆର୍ମି ଆକ୍ସନରେ ନଜର ଆସିବେ ସୁପରଷ୍ଟାର୍ ସିଦ୍ଧାର୍ଥ ମଲହୋତ୍ରା । ଏଥିପାଇଁ ସେ ପ୍ରସ୍ତୁତ ହେଇସାରିଲେଣି । ଫିଲ୍ମରେ ଏୟାରକ୍ରାଫ୍ଟ ହାଇଯାକ୍ କରିଥିବା ଆତଙ୍କବାଦୀଙ୍କ ସହ ସିଦ୍ଧାର୍ଥ ଲଢେଇ କରିବା ନଜରରେ ଦେଖାଦେବେ । ତେବେ ଗତ ବର୍ଷ ଏହାର ଫାଷ୍ଟ ଲୁକ୍ ଆସିଥିବାବେଳେ ଏବେ ଏହାର ସୁଟିଂ ମନାଲୀରେ ଆରମ୍ଭ ହୋଇଯାଇଛି।

‘ଯୋଦ୍ଧା’ ଫିଲ୍ମ ‘ଧର୍ମା ପ୍ରଡକସନ’ର ପ୍ରଥମ ଏରିୟାଲ୍ ଆକ୍ସନ୍ ପ୍ରୋଜେକ୍ଟ ହେବାକୁ ଯାଉଥିବା ସୂଚନା ମିଳିଛି । ଏହି ଫିଲ୍ମଟି ୯୦ ଦଶକର ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଦର୍ଶକମାନେ ଫିଲ୍ମଟିକୁ ଅନେକ ପରିମାଣରେ ଭଲ ପାଇବା ଦେବେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ହ୍ୟାଣ୍ଡସମ୍ ହଙ୍କ୍ ସିଦ୍ଧାର୍ଥଙ୍କ ଆଙ୍ଗ୍ରୀ ୟଙ୍ଗମ୍ୟାନ୍ ଅବତାରକୁ ବି ଦର୍ଶକ ଖୁବ୍ ପସନ୍ଦ କରିଥିବାବେଳେ ସିନେମାଟି ଆସନ୍ତା ୨୦୨୩ରେ ରିଲିଜ୍ ହୋଇପାରେ ବୋଲି ଖବର ମିଳୁଛି ।

Show More

Related Articles

Back to top button