Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ ଶାହ କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ବସୁଥିବା ଅଦ୍ଭୁତ ନେତା ଶ୍ରୀ ନରେନ୍ଦ୍ର ମୋଦି ।
ନୂଆ ଭାରତର ଶିଳ୍ପକାର ମୋଦିଜୀ ଆମ ଦେଶର ପ୍ରାଚୀନ ଐତିହ୍ୟର ଆଧାରରେ ଏଭ ଭବ୍ୟ ଏବଂ ଆତ୍ମନିର୍ଭର ଭାରତର ମଜବୁତ ମୂଳଦୁଆ ରଖିବାର କାର୍ଯ୍ୟ କରିଛନ୍ତି । ସଙ୍ଗଠନ ହେଉ କିମ୍ବା ସରକାର, ମୋଦିଜୀଙ୍କ ଠାରୁ ଆମ ସମସ୍ତଙ୍କୁ ସର୍ବଦା ‘ରାଷ୍ଟ୍ର ମଙ୍ଗଳ ସର୍ବୋପରି’ର ପ୍ରେରଣା ମିଳିଥାଏ । ଏପରି ଅଦ୍ୱିତୀୟ ନେତାଙ୍କ ମାର୍ଗଦର୍ଶନରେ ଦେଶସେବା କରିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର କଥା ବୋଲି ଶାହ କହିଛନ୍ତି ।
ଭାରତର ପ୍ରତ୍ୟେକ ବ୍ୟକ୍ତିର ହୃଦୟ ସହ ଯୋଡି ହୋଇ ଦେଶର ବିକାଶ ସହ ଯୋଡି ହେବାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଯାହାକି ଇତିହାସରେ ପ୍ରଥମ ଅଟେ । ଦେଶର କୋଟି କୋଟି ଗରିବଙ୍କୁ ଗରିବ ଅଭିଶାପରୁ ମୁକ୍ତ କରିବା ସହ ସେମାନଙ୍କ ଜୀବନ ବଦଳାଇବାକୁ ନିଜର ସଂକଳ୍ପ କାରଣରୁ ମୋଦି ଦିନମିତ୍ର ଭାବେ ଜଣାଶୁଣା । ମୋଦିଙ୍କ ନେତୃତ୍ୱ, ସମ୍ବେଦନଶୀଳତା ଓ ପରିଶ୍ରମୀ ଦୁର୍ଲଭ ସଂଯୋଜନ ଦେଖିବାକୁ ମିଳିଥାଏ ।
ନରେନ୍ଦ୍ର ମୋଦି ଦେଶର ଚିନ୍ତାଧାରର ମାପ ଓ ଆକାର ପରିବର୍ତ୍ତନ କରିଛନ୍ତି । କରୋନା ସମୟରେ ଭ୍ୟାକ୍ସିନ ପ୍ରସ୍ତୁତ ଠାରୁ ଆରମ୍ଭ କରି ଚନ୍ଦ୍ରଯାନ-3ର ସଫଳତା ଯୋଗୁ ଆଜି ଆମ ଦେଶର ତ୍ରିରଙ୍ଗା ପୂରା ବିଶ୍ୱରେ ଗର୍ବରେ ଉଡୁଛି ।
ନିଜର ଦୂରଦୃଷ୍ଟି, ନିରନ୍ତର ପରିଶ୍ରମ ଏବଂ ନିସ୍ୱାର୍ଥ ସେବାଭାବ ଯୋଗୁ କୋଟି କୋଟି ଜନତାଙ୍କ ଜୀବନରେ ସମୃଦ୍ଧି ଓ ବିଶ୍ୱାସ ଆଣିଥିବା ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା । ଇଶ୍ୱରଙ୍କ ନିକଟରେ ମୋଦିଜୀଙ୍କ ଦିର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି ଅମିତ ଶାହ ।

Show More

Related Articles

Back to top button