Breaking PLUSଦେଶମୁଖ୍ୟ ଖବର

ପିଏମ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ବେଗୁସରାୟ- ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । 73ତମ ଜନ୍ମଦିନ ଅବସରରେ ମୋଦିଙ୍କୁ ବିଭିନ୍ନ ମହଲରୁ ଜନ୍ମଦିନର ଶୁଭେଚ୍ଛା ଆସିଛି । ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭାରତର ଉତଥାନ ପାଇଁ ମୋଦିଙ୍କ ସମର୍ପଣ ଏବଂ ନିରବଚ୍ଛିନ୍ନ ପ୍ରୟାସ ବାସ୍ତବରେ ପ୍ରଶଂନୀୟ । ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ସୁଧାର ଠାରୁ ଆରମ୍ଭ କରି ମୂଳଦୁଆର ବିକାଶ ସହ ବିଭିନ୍ନ କ୍ଷେତ୍ରରେ ପ୍ରଗତି ଦେଖିଛି । ମେକ୍ ଇନ୍ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆ ପରି ଅନେକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଭାରତର ବିଶ୍ୱ ପ୍ରତିଷ୍ଠାକୁ ବୃଦ୍ଧି କରାଇଛି । ଲକ୍ଷଲକ୍ଷ ଲୋକଙ୍କ ପାଇଁ ଅବସର ମଧ୍ୟ ସୃଷ୍ଟି କରିଛି ।
ସ୍ୱଚ୍ଛଭାରତ ଏବଂ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ପରି ସାମାଜିକ କଲ୍ୟାଣ ଯୋଜନା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅତୁଟ ପ୍ରତିବଦ୍ଧତା ଲୋକଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇଛି ।
ଗିରିରାଜ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଆଶା ସୃଷ୍ଟି କରିଥାଏ । ତାଙ୍କର ଦୃଢ ସଂକଳ୍ପ ଭାରତର ଭବିଷ୍ୟ ପିଢିଙ୍କ ପାଇଁ ମାର୍ଗଦର୍ଶନର କାମ କରିଥାଏ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ନିରନ୍ତର ବିକାଶ ଓ ପ୍ରଗତି ଆଶା କରୁଛୁ ବୋଲି ଗିରିରାଜ ସିଂହ କହିଛନ୍ତି ।

Show More

Related Articles

Back to top button