Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଜେପି କ୍ଷମତାଚ୍ୟୁତ ହେବା ପରେ ପ୍ରଥମ ଥର ବିହାର ଗସ୍ତରେ ଯିବେ ଅମିତ ଶାହ

ସୀମାଞ୍ଚଳ ଗସ୍ତର କାରଣ କଣ ?

ବିହାରରେ ବିଜେପି କ୍ଷମତାଚ୍ୟୁତ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସେପ୍ଟେମ୍ୱରରେ ବିହାର ଗସ୍ତରେ ଯାଉଛନ୍ତି। ଅମିତଶାହଙ୍କର ସେପ୍ଟେମ୍ୱର ୨୩ ଓ ୨୪ରେ ସୀମାଞ୍ଚଳରେ ପ୍ରବାସ କାର୍ଯ୍ୟକ୍ରମ ରହିଛି। ପୁର୍ଣ୍ଣିଆରେ ହେବାକୁ ଥିବା ବିଷାଳ ଜନ ସଭା ପରେ ତାଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଓ ସେ କିଶନଗଞ୍ଜରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ୱୋଧନ କରିବେ। ବାଂଲାଦେଶର ସୀମା ପାଖରେ ଥିବା ଅଞ୍ଚଳରେ ସଂଖ୍ୟାଲଘୁ ଜନସଂଖ୍ୟା ବହୁତ ଅଧିକ ରହିଛି। ଏପରି ଭାବେ ୨୦୨୪ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୨୫ରେ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଶାହଙ୍କର ଏହି ଗସ୍ତ ବହୁତ ଗୁରୁତ୍ୱ ବହନ କରୁଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଦଳ ଜେଡିୟୁ ଚଳିତ ମାସ ବିଜେପି ଗଠିତ ଏନଡିଏରୁ ସମ୍ପର୍କ ଛିନ୍ନ କରି ମହାଗଠବନ୍ଧନ ସହିତ ମିଶି ରାଜ୍ୟରେ ସରକାର ଗଠନ କରିଛନ୍ତି। ନିକଟ ଅତୀତରେ ହୋଇଥିବା ବିହାରରେ ରାଜନୈତିକ ଉତ୍ଥାନପତନ ପରେ ଶାହଙ୍କର ଏହା ପ୍ରଥମ ବିହାରଗସ୍ତ। ସୂଚନାଥାଉକି, ଅମିତ ଶାହ ଗତ ଜୁଲାଇ ମାସ ପାଟଣା ଗସ୍ତ କରିଥିଲେ। କିନ୍ତୁ ସେତେବେଳେ ବିଜେପି ସେଠାରେ କ୍ଷମତାରେ ଥିଲା।

ଏହା ମଧ୍ୟରେ ଜେଡିୟୁ ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛି। ଜେଡିୟୁର ସଂସଦୀୟ ବୋର୍ଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା କହିଛନ୍ତି ବିଜେପିର ରାଜନୀତି ସାମ୍ପ୍ରଦାୟିକ ଚିନ୍ତାରେ ତିଷ୍ଠି ରହିଛି। ଦଳ ଶାହଙ୍କ ପ୍ରଥମ ଯାତ୍ରା ପାଇଁ ସ୍ଥାନ ଚିହ୍ନଟ କରୁଥିବା ନଜର ଆସିଛି। କିନ୍ତୁ ଏହାର କୌଣସି ଲାଭ ହେବ ନାହିଁ। ବିହାରରେ ସାମ୍ପ୍ରଦାୟିକତା ଖେଳାଇବାରେ ବିଜେପିର ଯୋଜନା ସେହିଭଳି ବିଫଳ ହେବ ଯେପରି ଗତବର୍ଷ ବିଧାନସଭା ପୂର୍ବରୁ ପଶ୍ଚିମବଙ୍ଗ ବିଜେପିର ସ୍ଥିତି ହୋଇଥିଲା ।

Show More

Related Articles

Back to top button