Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

NDTV-Adani ଡିଲ୍‌ରେ ଆସିଲା ନୂତନ ମୋଡ !

ସେବିର ଦ୍ଵାରସ୍ଥ ହେଲେ RRPR ଏବଂ ଅଦାନୀ ଗ୍ରୁପ

ଅଦାନୀ ଗ୍ରୁପ ଦ୍ଵାରା ଏନଡିଟିଭିର ଅଂଶଧନ କିଣିବା ମାମଲା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟରେ ଅଦାନୀ ଗ୍ରୁପ ଏବଂ ଏନଡିଟିଭିର ପ୍ରମୋଟର ଆରଆରପିଆର ହୋର୍ଲ୍ଡିଂ ଲି.( RRPR Holding Ltd) ମାର୍କେଟ୍ ରେଗୁଲେଟର ସେବି(SEBI) ସହ ଯୋଗାଯୋଗ କରିଛନ୍ତି। ଉଭୟ ସେବିକୁ ପୂର୍ବ ଆଦେଶର ଓ୍ଵାରେଣ୍ଟକୁ ସେୟାରରେ ପରିବର୍ତ୍ତନ କଲେ କଣ ପ୍ରଭାବ ପଡିବ ଏହି ବିଷୟରେ ସ୍ପଷ୍ଟୀକରଣ ଦେବାକୁ ଅପିଲ୍ କରିଛନ୍ତି। ଏହି ଅଧିଗ୍ରହଣର ଲଢେଇରେ ସେବିର ଟିପ୍ପଣୀ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଉଲ୍ଲେଖନୀୟ ଅଦାନୀ ଗ୍ରୁପ ଅଗଷ୍ଟ ୨୩ରେ ବିଶ୍ଵପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ ଅର୍ଥାତ ଭିସିପିଏଲ(ଭିସିପିଏଲ)ର ଅଧିଗ୍ରହଣ ଜରିଆରେ ଏନଡିଟିଭିରେ ୨୯.୧୮ ପ୍ରତିଶତ ଅଂଶଧନ ହାସଲ କରିଥିବା ଘୋଷଣା କରିଥିଲା।

ଭିସିପିଏଲର ଆରଆରପିଆର ହୋର୍ଲ୍ଡିଂରେ ୯୯.୯୯ ପ୍ରତିଶତର ଅଂଶଧନ ରହିଛି। ମିଡିଆ ଗ୍ରୁପର ପ୍ରମୋଟର କମ୍ପାନୀ ଆରଆରପିଆର କହିଛି ସେବିର ବିନା ମଞ୍ଜୁରୀରେ ଏହି ପ୍ରକ୍ରିୟାକୁ ଆଗକୁ ବଢାଯାଇ ପାରିବ ନାହିଁ। ୨୦୨୦ ନଭେମ୍ବର ୨୭ରେ ଜାରି ଆଦେଶରେ ସେବି ଏନଡିଟିଭିର ସଂସ୍ଥାପକ ରାଧିକା ରୟ ଏବଂ ପ୍ରଣୟ ରୟଙ୍କ ସିକ୍ୟୁରିଟିଜ୍ ମାର୍କେଟ୍ ଉପରେ ଦୁଇ ବର୍ଷ ପାଇଁ କଟକଣା ଲଗାଇଥିଲା। ଏହି ଅବଧି ୨୦୨୨ ନଭେମ୍ବର ୨୬ରେ ସମାପ୍ତ ହେଉଛି। ଏନଡିଟିଭିର ସଂସ୍ଥାପକଙ୍କ କହିବା କଥା ଉକ୍ତ କଟକଣା ଏବେ ମଧ୍ୟ ଜାରି ରହିଛି। ଏମିତିରେ ଭିସିପିଏଲ ପାଇଁ ଓ୍ଵାରେଣ୍ଟକୁ ଇକ୍ୟୁଟିରେ ବଦଳାଇବାର ବିକଳ୍ପର ଉପଯୋଗ ପାଇଁ ସେବିର ମଞ୍ଜୁରୀ ଜରୁରୀ।

Show More

Related Articles

Back to top button