Breaking PLUSଦେଶମୁଖ୍ୟ ଖବର

ମହାକାଳ ମନ୍ଦିର ଅଘଟଣ ବିଷୟରେ ପଚାରିବୁଝିଲେ ଅମିତ ଶାହ

ନୂଆଦିଲ୍ଲୀ, 25 ମାର୍ଚ୍ଚ – ଉଜ୍ଜୟିନୀ ମହାକାଳ ମନ୍ଦିରରେ ନିଆଁ ଲାଗିବା ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋମବାର ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନିଆଁ ଲାଗିବା ଘଟଣାରେ ମୁଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ କଥା ହୋଇଛି ଏବଂ ଏହି ସମ୍ବନ୍ଧରେ ସୂଚନା ନେଇଛି । ସ୍ଥାନୀୟ ପ୍ରଶାସନ ଆହତଙ୍କୁ ଚିକିତ୍ସା ସେବା ପ୍ରଦାନ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ମହାକାଳ ମନ୍ଦିରରେ ସୋମବାର ସକାଳେ ଭସ୍ମ ଆରତୀ ବେଳେ ଭୟାବହ ଦୁର୍ଘଟଣା ଘଟିଥିଲା । ଗର୍ଭଗୃହରେ ଭସ୍ମ ଆରତୀ ପରେ ହଠାତ୍ ନିଆଁ ଳାଗିବା କାରଣରୁ 16ଜଣ ଓ ସେବକ ଆହତ ହୋଇଛନ୍ତି ।

Show More

Related Articles

Back to top button