ଓଡ଼ିଶାଦୁର୍ଘଟଣା

ପାଣିରେ ବୁଡି ଅଜା ଓ ନାତିଙ୍କ ମୃତ୍ୟୁ

ପାଣିରେ ବୁଡି ଅଜା ଓ ନାତିଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ କାନାଗୁଡ଼ାର ଛଞ୍ଚାଣକୋଟ ଠାରେ ଥିବା ଏକ ବନ୍ଧ ନିକଟରେ । ମୃତ ଅଜା ଓ ନାତିଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଗ୍ନିଶମ ବାହିନୀ ।

ସୂଚନା ଅନୁଯାୟୀ, ରବିବାର କାନାଗୁଡ଼ାର ଲବ ହରିଜନ(୬୨) ବିଲକୁ ଯାଇଥିଲେ। ତାଙ୍କ ନାତି ସୁରଜ ମଧ୍ୟ ଅଜା ସହିତ ଘରକୁ ଫେରୁଥିଲା। ଛଞ୍ଚାଣକୋଟ ଠାରେ ଥିବା ଏକ ବନ୍ଧରେ ସେମାନେ ଗୋଡ ଧୋଉଥିବା ବେଳେ ପ୍ରଥମେ ନାତି ସୁରଜର ଗୋଡ ଖସିଯାଇଥିବାରୁ ବନ୍ଧ ଭିତରକୁ ପଳେଇଯାଇଥିଲା। ନାତି ପାଣିରେ ବୁଡିଯାଉଥିବା ଦେଖି ଅଜା ଲବ ନାତିକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶିଯାିଥିଲେ । ଫଳରେ ଉଭୟ ଅଜା ନାତିଙ୍କ ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button