Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ବିରୋଧୀ ଦଳ ନେତା ଆସନରେ ଜୟ ନାରାୟଣ ମିଶ୍ର

ବିଧାନସଭାରେ ବିରୋଧୀ ଦଳ ନେତା ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ମିଶ୍ର। ଦାୟିତ୍ୱ ଗ୍ରହଣ କରିବା ପରେ ବାଚସ୍ପତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ବି ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି । ଗତକାଲି ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଥିଲା। ଏ ନେଇ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହାର ଘୋଷଣା କରିଥିଲେ ରାଜ୍ୟ ବିଜେପି ସହ ପ୍ରଭାରୀ । ଜୟ ନାରାୟଣ ପ୍ରଦୀପ୍ତ ନାୟକଙ୍କ ସ୍ଥାନ ନେଇଛନ୍ତି। ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ବିରୋଧୀ ଦଳ ନେତା ଘୋଷଣା ପରେ ଜୟ ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଦଳ ମୋ ଉପରେ ଭରସା ରଖି ଯେଉଁ ଗୁରୁଦାୟିତ୍ଵ ଦେଇଛି ତାକୁ ସୁଚାରୁରୂପେ ତୁଲାଇବାକୁ ଚେଷ୍ଟା କରିବି। ଗୃହରେ ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ବୋଲି ସେ କହିଛନ୍ତି।୨୦୧୯ ବିଧାନସଭା ନିର୍ବାଚନ ପରେ ଦଳ ପ୍ରଦୀପ୍ତ ନାୟକଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲା। ହେଲେ ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏମିତିରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାନସଭାରେ ବିରୋଧୀ ଦଳ ନେତା ଅନୁପସ୍ଥିତି ବାରି ହୋଇ ପଡୁଥିଲା। ଏହି କ୍ରମରେ ଦଳ ସମ୍ବଲପୁରର ଚାରି ଥରର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି।

Show More

Related Articles

Back to top button