ଦେଶସ୍ୱତନ୍ତ୍ର

ପୁଣି ବେହାଲ୍ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ,୩୪୬କୁ ଟପିଲା ଏକ୍ୟୁଆଇ

ପୁଣି ବେହାଲ୍ ହେଲା ରାଜଧାନୀର ବାୟୁ ପ୍ରଦୂଷଣ । ଖରାପ୍‌ରୁ ଅତି ଖରାପ୍‌ ହେବାରେ ଲାଗିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର । ୩୪୬କୁ ଟପିଯାଇଛି ଏଠାକାର ଏକ୍ୟୁଆଇ । ଫଳରେ ରାଜଧାନୀବାସୀଙ୍କ ପାଇଁ ବଞ୍ଚିବା ମୁସ୍କିଲ ହୋଇପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଜଳବାୟୁରେ ବ୍ୟାପିଥିବା ଏହି ବିଷାକ୍ତ ବାୟୁ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆଖି ଜଳାପୋଡ଼ା ହେବା ସହ ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଉଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, ବାୟୁ ଗୁଣବତ୍ତାର ଏହି ସ୍ତର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ତେବେ କିଛି ଜରୁରୀ କାର୍ଯ୍ୟ ଥିଲେ ହିଁ ଘରୁ ବାହାରକୁ ଯାଆନ୍ତୁ ଏବଂ ଏହି ସମୟରେ ମର୍ଣ୍ଣିୱାର୍କ କରନ୍ତୁ ନାହିଁ ।

Show More

Related Articles

Back to top button