ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଭୁବନେଶ୍ୱର JMFC-୩ରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର JMFC-୩ରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଆଜି ଖାରଜ ହୋଇଛି।

ସୂଚନା ଅନୁସାରେ, ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅକ୍ଷୟ ଅଭିଯୋଗ କରିଥିଲେ। ଏହି ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଦୁଇ ଥର ଡାକି ଜେରା କରିଛି।

ଏପଟେ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ହାଜର ହୋଇଛନ୍ତି। ଟଙ୍କା ନେଣଦେଣକୁ ନେଇ ଖୋଳତାଡ଼ ପରେ ସମନ ପାଇ ସେ ହାଜର ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଆବେଦନ କରିପାରେ ବୋଲି ସୂଚନା ମିଳୁଛି।

ସେମାନଙ୍କୁ ରିମାଣ୍ଡରେ ନେଲେ କିପରି ଜେରା କରାଯିବ ସେନେଇ ତଦନ୍ତକାରୀ ସଂସ୍ଥା ସବୁ ହୋମଓ୍ୱାର୍କ କରିଛି। ଏହି ମାମଲାରେ ଇଡି କରିଥିବା ୧୫ ଜଣିଆ ତାଲିକାରୁ ୫ ଜଣଙ୍କୁ ଜେରା କରିସାରିଲାଣି। ଗତକାଲି ଏହି ତାଲିକା ମୁତାବକ ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଂଟା ଧରି ପଚରାଉଚରା କରିଥିଲା ଇଡି। ଏମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ପ୍ରଶ୍ନ କରାଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button