ଦେଶସ୍ୱତନ୍ତ୍ର

ଦିଲ୍ଲୀରେ ବାୟୁ ପ୍ରଦୂଷଣର ବେହାଲ ସ୍ଥିତି,ଶ୍ୱାସକ୍ରିୟାରେ ହେଲାଣି ସମସ୍ୟା

ଦିନକୁ ଦିନ ରାଜଧାନୀ ଦିଲ୍ଲୀର ବାୟୁ ବୃଦ୍ଧି ପାଇବାରେ ଲାଗିଛି ବର୍ତ୍ତମାନ ବେହାଲ ଅବସ୍ଥାକୁ ଆସିଯାଇଛି ଦିଲ୍ଲୀର ପରିବେଶ । ସ୍ଥିତି ଏପରି ହେଲାଣି ଯେ ବିଷାକ୍ତ ବାୟୁ ଗ୍ରହଣ କରି ଦିଲ୍ଲୀ ବାସିନ୍ଦାଙ୍କ ନିଶ୍ୱାସ ଗ୍ରହଣ କରିବା କଷ୍ଟକର ହେଲାଣି ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ଆଜି ୪୨୬ ରହିଛି। ପଡ଼ୋଶୀ ରାଷ୍ଟ୍ରର ନଡ଼ାପାଳ ଧୁଆଁ ଏବଂ ଯାନବାହନ ପ୍ରଦୂଷଣ ହେତୁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ ସ୍ତରକୁ ଆସିଯାଇଛି। ବାୟୁର ମାନ ଯେତେବେଳେ ୪୦୧ରୁ ୫୦୦ ମଧ୍ୟରେ ରହେ ତାକୁ ଅତି ସାଂଘାତିକ ଧରାଯାଏ।

ଅନ୍ୟପକ୍ଷେ ଦିଲ୍ଲୀରେ ବାୟୁର ମାନ ଲଗାତାର ଭାବେ ଖରାପ ହେବାକୁ ଲାଗିଥିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାପାଇଁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛନ୍ତି ଏନ୍‌ସିପିସିଆର । ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀକୁ ଚାଲି ଯାଇଥିବାରୁ ଦିଲ୍ଲୀରେ କମର୍ସିଆଲ ଡିଜେଲ ଟ୍ରକ୍‌ ଗୁଡ଼ିକ ବନ୍ଦ ରହିଛି। ବିଭିନ୍ନ ପ୍ରମୁଖ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିଥିବା କୁହାଯାଉଛି ।

Show More

Related Articles

Back to top button