ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ବ୍ୟାଙ୍କ ଋଣ ଠକେଇ କରି ନିଜ ଓକିଲଙ୍କୁ ବି ଧରା ଛୁଆଁ ଦେଉ ନାହାନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଲୀ : ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରି ଫେରାର ହୋଇଯାଇଥିବା ବିଜୟ ମାଲ୍ୟା ନିଜ ଓକିଲଙ୍କୁ ବି ଧରା ଛୁଆଁ ଦେଉ ନାହାନ୍ତି । ଏଣୁ ଓକିଲ ଇସି ଅଗ୍ରଓ୍ବାଲା ବାଧ୍ୟ ହୋଇ ମାଲ୍ୟାଙ୍କ ମାମଲା ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ସୁପ୍ରିମକୋର୍ଟରେ ଏକ ଆବେଦନ କରି ସେ କହିଛନ୍ତି ଯେ ତାଙ୍କ ମହକିଲ (ମାଲ୍ୟା) ନିଖୋଜ ହୋଇଯାଇଛନ୍ତି । ସେ ବ୍ରିଟେନରେ ଅଛନ୍ତି, କିନ୍ତୁ ତାଙ୍କୁ ଇ-ମେଲ କଲେ ବି ସେ ଜବାବ ଦେଉନାହାନ୍ତି । ଏଣୁ ତାଙ୍କୁ ମାମଲା ପରିଚାଳନା ଦାୟିତ୍ବରୁ ଅବ୍ୟାହତି ଦିଆଯାଉ । ଏ ସଂପର୍କରେ କୋର୍ଟ କହିଛନ୍ତି ଯେ ଉପଯୁକ୍ତ ପ୍ରକ୍ରିୟାକୁ ଅନୁସରଣ କରି ସେ ଏହି ମାମଲା ଛାଡ଼ିପାରିବେ । ଯିବା ପୂର୍ବରୁ ସେ ମାଲ୍ୟାଙ୍କ ଠିକଣା ଓ ଇମେଲ ଆଇଡି ପ୍ରଦାନ କରିବାକୁ ଜଷ୍ଟିସ ଜେଓ୍ବାଇ ଚନ୍ଦ୍ରଚୂଡ଼ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜୁଲାଇ ୧୧ରେ ସୁପ୍ରିମକୋର୍ଟ ଏକ କୋର୍ଟ ଅବମାନନା ମାମଲାର ବିଚାର କରି ମାଲ୍ୟାଙ୍କୁ ୪ ମାସର ଜେଲଦଣ୍ଡ ଦେଇଥିଲେ ।

Show More

Related Articles

Back to top button