ଦେଶ ବିଦେଶବାଣିଜ୍ୟ

ପୁଣି କମିଲା ଖାଇବା ତେଲ ଦର

ଲିଟର ପ୍ରତି ୧୪ ଟଙ୍କା କମାଇଲା ମଦର ଡାଏରୀ କମ୍ପାନୀ

ପୁଣି କମିଲା ଖାଇବା ତେଲର ଦାମ। ମଦର ଡାଏରୀ କମ୍ପାନୀ ସୋୟାବିନ ଓ ରାଇସ୍ ବ୍ରାନ୍ ତେଲର ମୂଲ୍ୟ ହ୍ରାସ କରିଛି। ତେଲର ଲିଟର ପ୍ରତି ୧୪ ଟଙ୍କା ହ୍ରାସ କରିଛି କମ୍ପାନୀ। ଆସନ୍ତା ସପ୍ତାହରେ ନୂଆ ମୂଲ୍ୟ ସହିତ ତେଲ ବଜାରକୁ ଆସିବ ବୋଲି କମ୍ପାନୀ ସୂଚନା ଦେଇଛି। କିଛିଦିନ ତଳେ ଖାଇବା ତେଲ ଧାରା ସୋରିଷ ଓ ରିଫାଇନ୍ ତେଲର ମୂଲ୍ୟ ହ୍ରାସ କରିଥିଲା କମ୍ପାନୀ।

କେତେ ହେବ ନୂଆ ମୂଲ୍ୟ

ମୂଲ୍ୟ ହ୍ରାସ ପରେ ଧାରା ରିଫାଇଣ୍ଡ ଶୋୟାବିନ ତେଲ(ପଲି ପ୍ୟାକ୍) ଲିଟର ପ୍ରତି ୧୯୪ ଟଙ୍କାରୁ ହ୍ରାସ ପାଇ ୧୮୦ ଟଙ୍କାରେ ବିକ୍ରି ହେବ। ଧାରା ରିଫାଇଣ୍ଡ ଚାଉଳ ଭୁସୀ(ପଲି ପେକ୍) ତେଲର ମୂଲ୍ୟ ୧୯୪ ଟଙ୍କାରୁ ୧୮୫ ଟଙ୍କା ହେବ। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇଥିବା ବେଳେ ଗ୍ରାହକଙ୍କୁ ଏହାର ଫାଇଦା ଦେବାକୁ ଗତକାଲି ସରକାର କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ପରିମାଣ ସ୍ୱରୂପ ମଦର ଡାଏରୀ ଆଜି ପୁଣିଥରେ କମ୍ପାନୀ ତେଲ ଦରରେ ହ୍ରାସ କରିଛି। ଏପଟେ ୧୫-୨୦ ଦିନ ଭିତରେ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ କମିପାରେ ବୋଲି କୁହାଯାଉଛି। ଜୁନ ମାସ ୧୬ ତାରିଖରେ ମଧ୍ୟ ଡାଏରୀ କମ୍ପାନୀ ଖାଇବା ତେଲର ଦାମରେ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲା। ଖାଲି ତେଲନୁହେଁ ସୋୟବିନର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି।

Show More

Related Articles

Back to top button