ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ମହାରାଣୀଙ୍କ ନିଧନ ପରେ ବିଧିବଦ୍ଧ ଭାବେ ଦାୟିତ୍ୱ ସମ୍ଭାଳିବେ ପ୍ରିନ୍ସ ଚାର୍ଲସ

ମହାରାଣୀଙ୍କ ନିଧନ ପରେ ସରିଲା ବ୍ରିଟେନର ମହାରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ଯୁଗ । ଏବେ ଆରମ୍ଭ ହେବାକୁ ଯାଉଛି ତାଙ୍କ ୭୩ ବର୍ଷୀୟ ପୁଅ ପ୍ରିନ୍ସ ଚାର୍ଲସଙ୍କ ନୂଆ ଯୁଗ । ରାଜବଂଶର ଉତ୍ତରାଧିକାରୀ ଭାବେ ରାଜା ହୋଇଥିବାରୁ ଆଜି କିଙ୍ଗ୍ ଚାର୍ଲସଙ୍କୁ ବିଧିବଦ୍ଧ ଭାବେ ରାଜାଭିଷେକ କରାଯାଇଛି ।ଆଜିଠୁ ବିଧିବଦ୍ଧ ଭାବେ ଦାୟିତ୍ୱ ସମ୍ଭାଳିବେ ପ୍ରିନ୍ସ ଚାର୍ଲସ ।

ବ୍ରିଟେନରେ ଏଲିଜାବେଥ୍ ଦ୍ୱିତୀୟଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ସେ ଦୀର୍ଘ ୭୦ ବର୍ଷ ଧରି ଶାସନରେ ରହିଥିଲେ । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି । ରାଜାଭିଷେକ ହେବା ପରେ କିଙ୍ଗ ଚାର୍ଲସ୍ ୩ୟ ଏଲିଜାବେଥ ଦ୍ବିତୀୟଙ୍କ ସମ୍ପତ୍ତିର ମଧ୍ୟ ଉତ୍ତରାଧିକାରୀ ହେବେ ।

ସେହିପରି ଚାର୍ଲସ ରାଜା ହେବା ପରେ ତାଙ୍କ ପତ୍ନୀ କାମିଲା ରୋଜେମାରି ୟୁକେର କେଥରିନ ଡଚେର୍ସ ଅଫ୍ କାନୱାଲ ନାମରେ ପରିଚୟ ପାଇଛନ୍ତି । ଏବେ ଚାର୍ଲସ ରାଜକୀୟ ପ୍ରଥା ଅନୁଯାୟୀ ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିିବେ । କାରଣ ତାଙ୍କ ନାମରେ ହିଁ ପାସପୋର୍ଟ ତିଆରି ହୋଇଥାଏ । କେବଳ ବ୍ରିଟେନରେ ରହିଛି ଏହି ପ୍ରଥା । ସେହିପରି ସେ ବିନା ଲାଇସେନ୍ସରେ ଗାଡି ମଧ୍ୟ ଚଳାଇପାରିବେ ।

Show More

Related Articles

Back to top button