ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଆଜି ଶ୍ରୀମନ୍ଦିରରେ ପବିତ୍ର ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସହ ଇନ୍ଦ୍ର ହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ

ଆଜି ହେଉଛି ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ । ଏହି ଅବସରରେ ଶ୍ରୀମନ୍ଦିରରେ ପବିତ୍ର ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସହ ଇନ୍ଦ୍ର ହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ  ।

ଏହି ନୀତିରେ ସଂଧ୍ୟା ଆଳତି ସରିବା ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆସିଥାଏ । ଏହା ପରେ ଶ୍ରୀଦୋଳଗୋବିନ୍ଦ ପାଲିଙ୍କିରେ ଯାଇ ବଡ଼ ଛତା ମଠ ପାର୍ଶ୍ୱରେ ବିଜେ କରନ୍ତି । ଘଣ୍ଟ, ଛତା ଓ କାହାଳୀ ସହ ପାଲିଙ୍କିରେ ଆସିଥାନ୍ତି ଶ୍ରୀଦୋଳଗୋବିନ୍ଦ । ଏହା ପରେ ବଡ଼ ଛତା ମଠ ପାଶ୍ୱର୍ରେ ଶୀତଳ ଭୋଗ କରାଯାଏ । ଏକ କାଠନିର୍ମିତ ଐରାବତ ହସ୍ତୀପୃଷ୍ଠରେ ଇନ୍ଦ୍ର ହରଚଣ୍ଡି ସାହି ଆଖାଡ଼ାଘରଠାରୁ ବାଲିସାହି ମଧ୍ୟଦେଇ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି । ଇନ୍ଦ୍ର ଓ ଗୋବିନ୍ଦ ଉଭୟଙ୍କୁ ବନ୍ଦାପନା କରାଯାଇ ଉତ୍ସବ ସମାହିତ ହୋଇଥାଏ । ବନ୍ଦାପନା ଶେଷ ହେବା ପରେ ଶ୍ରୀଦୋଳଗୋବିନ୍ଦ ବଡ଼ଦେଉଳକୁ ବିଜେ କରନ୍ତି ।

 

Show More

Related Articles

Back to top button