ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବ୍ୟାୟାମ କରିସାରିବା ପରେ ପିଅନ୍ତୁ ପଇଡ ପାଣି, ମିଳିବ ଏହି ଫାଇଦା

ପଇଡ ପାଣି ଭିଟାମିନ ଓ ଖଣିଜ ତତ୍ତ୍ୱରେ ଭରପୁର ଅଟେ , ତା ସହିତ ଏହି ପାନୀୟକୁ ସମସ୍ତେ ପ୍ରାୟ ଅଧିକ ପିଇବା ପାଇଁ ପସନ୍ଦ କରିଥାନ୍ତି l ପଇଡ ପାଣି ଆଶ୍ଚର୍ଯ୍ୟ ଜନଙ୍କ ଭାବେ ଅନେକ ଗୁଡିଏ ରୋଗ ପାଇଁ ମଧ୍ୟ ହିତକର l ଏହାକୁ ପିଇଲେ ହୃଦୟ ସମ୍ବଧୀୟ ସମସ୍ୟା ଦୂର ହେବ

ପଇଡ ପାଣି ଏକ ସ୍ପଷ୍ଟ ତରଳ ପଦାର୍ଥ ଅଟେ ଯାହା ସବୁଜ ରଙ୍ଗର ପଇଡ ଭିତରେ ରହିଥାଏ l ଏହି ପାଣି ଶିଶୁଙ୍କ ଠାରୁ ନେଇ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପଯୋଗୀ ଅଟେ l ମଧୁମେହ ରୋଗୀମାନେ ମଧ୍ୟ ପଇଡ ପାଣିକୁ ପିଇ ପାରିବେ l ଗୋଟିଏ ପଇଡ ପାଣିରେ ୪୪ ପ୍ରତିଶତ କ୍ୟାଲୋରୀ ରହିଛି ଯାହା ଅନ୍ୟ ଫଳ ମାନଙ୍କର ତୁଳନାରେ ଅଧିକ ଅଟେ l ପଇଡ ପାଣିକୁ ଖାଇ ସାରିବା ପରେ ମଧ୍ୟ ଆପଣ ପାନୀୟ ରୂପେ ବ୍ୟବହାର କରି ପାରିବେ l

ହୃଦୟ ସମ୍ବଧୀୟ ସମସ୍ୟା ପାଇଁ ପଇଡ ପାଣି –

ପଇଡ ପାଣିରେ ପୋଟାସିୟମର ମାତ୍ର ଅଧିକ ରହିଥାଏ ,ଯାହା ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ଏକ ମହତ୍ୱପୂର୍ଣ୍ଣ ପୋଷାକ ତତ୍ୱ ଅଟେ l ପଇଡ ପାଣି ଉପରେ ହୋଇଥିବା କିଛି ଗବେଷଣାରୁ କୁହାଯାଇଛି ଯେ ପଇଡ ପାଣି ରକ୍ତ ଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ l ଯାହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାର ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ l ୨୦୦୫ ରେ ଏହି ଭଳି କିଛି ଲୋକଙ୍କ ଉପରେ ଅଧୟନ କରା ଯାଇଥିଲା ସେଥିରେ ଦେଖା ଯାଇଥିଲା ଯେ ଯେଉଁ ଲୋକମାନେ ୧୦ ଦିନ ପର୍ଯ୍ୟନ୍ତ ଦିନକୁ ଦୁଇଥର ଦୁଇ କପ ପଇଡ ପାଣି ପିଇଥିଲେ ,ସେମାନେ ସାଧାରଣ ପାଣି ପିଉଥିବା ଲୋକଙ୍କ ତୁଳନାରେ ରକ୍ତ ଚାପକୁ କମାଇବାରେ ସକ୍ଷମ ହୋଇଥିଲେ l

ଶରୀରକୁ ସତେଜ ରଖେ –

ଆପଣଙ୍କ ଶରୀରକୁ ପାଣି ଓ ଲବଣ ମଧ୍ୟରେ ମହତ୍ୱପୂର୍ଣ୍ଣ ସନ୍ତୁଳିତ ରଖିବାରେ ସାହାଯ୍ୟ କରିବା ପାଇଁ ଇଲୋକ୍ଟ୍ରୋ ଲାଇଟ୍ସର ଆବଶ୍ୟକତା ରହିଛି l ଯେତେବେଳେ ଆପଣ ବ୍ୟାୟାମ କରି ସାରିବା ପରେ ଝାଳ ବୋହିଥାଅ ,ସେତେବେଳେ ଶରୀରରେ ପାଣିର ମାତ୍ରା କମିଯାଇଥାଏ l ତାସାହିତ ପୋଟାସିୟମ ,ସୋଡିୟମ ଓ ମ୍ୟାଗନେସିୟମ ଭଳି ଇଲୋକ୍ଟ୍ରୋ ଲାଇଟ୍ସର ତତ୍ଵକୁ ଆମେ ହରାଇଥାଉ l ଖାଦ୍ୟ ବିଶେଷଜ୍ଞ ମାନେ କହିଛନ୍ତି ଯେ ବ୍ୟାୟାମ ପରେ ପଇଡ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଇଲୋକ୍ଟ୍ରୋ ଲାଇଟ୍ସର ତତ୍ୱ ମିଳିଥାଏ l

Show More

Related Articles

Back to top button