ଜୀବନଚର୍ଯ୍ୟା

ପଦ୍ମଫୁଲ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ଅଟେ, ଆସନ୍ତୁ ଜାଣିବା ଏହାର ଧାର୍ମିକ ମହତ୍ୱ

ମା ଲକ୍ଷ୍ମୀଙ୍କ ପୂଜାରେ ପଦ୍ମ ଫୁଲର ଖାସ ମହତ୍ୱ ରହିଛି l ମା ଲକ୍ଷ୍ମୀଙ୍କର ପଦ୍ମ ଫୁଲ ଖୁବ ପ୍ରିୟ ଅଟେ ତେଣୁ ତାଙ୍କର ଭକ୍ତମାନେ ତାଙ୍କୁ ପଦ୍ମ ଫୁଲ ଅର୍ପଣ କରି ପୂଜା କରିଥାନ୍ତି l ଲକ୍ଷ୍ମୀଙ୍କର ଆଉ ଗୋଟିଏ ନାମ ହେଉଛି କମଳା l ତେଣୁ କରି ପୁରାଣରେ ବର୍ଣିତ ରହିଛି ଯେ ତାଙ୍କୁ ପଦ୍ମ ଅର୍ଥାତ କମଳ ପୁଷ୍ପ ପ୍ରିୟ ଅଟେ

ପଦ୍ମ ଫୁଲର ବିଶେଷତ୍ୱ ଏହା ମଧ୍ୟ ରହିଛି ଯେ ସେ ପଙ୍କରେ ଫୁଟି ମଧ୍ୟ ପବିତ୍ର ଅଟେ l ସେହି ଭଳି ଭାବରେ ମାଙ୍କୁ କମଳ ପୁଷ୍ପ ଅର୍ପଣ କରୁଥିବା ବ୍ୟକ୍ତି ମଧ୍ୟ ସଂସାରରେ ସମସ୍ତ ପାପ ଭିତରେ ରହି ମଧ୍ୟ ତାର ହୃଦୟ ନିର୍ମଳ ଅଟେ lବିଷ୍ଣୁ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତିର ବୁଦ୍ଧି ନିର୍ମଳ ଓ ଶୁଦ୍ଧ ଅଟେ ଦେବୀ ଲକ୍ଷ୍ମୀଙ୍କର କୃପା ତାଉପରେ ରହିଥାଏ l ସେହିଭଳି ଭାବରେ ଯେଉଁ ମନୁଷ୍ୟ ପଦ୍ମ ଫୁଲକୁ ମା ଲକ୍ଷ୍ମୀଙ୍କୁ ଅର୍ପଣ କରୁଛି ତାର ବୁଦ୍ଧି ବିବେକ ମଧ୍ୟ ସେହିଭଳି ନିର୍ମଳ ଥାଉ l ସେହିଭଳି ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ସବୁବେଳେ ବରଷୀ ଥାଏ l ମାନ୍ୟତା ରହିଛି ଯେ ପଦ୍ମ ଫୁଲ ନକରତ୍ମକ ଶକ୍ତି ମାନଙ୍କୁ ଦୂର କରିଥାଏ ଓ ଘରେ ସକାରତ୍ମକ ଶକ୍ତିର ଜାଗ୍ରତ କରାଇଥାଏ l ତେଣୁ କୁହାଯାଇଛି ଯେ ପଦ୍ମ ଫୁଲ ମା ଲକ୍ଷ୍ମୀଙ୍କୁ ସମର୍ପଣ କରିବା ଆବଶ୍ୟକ lବିଶୁନ ପୁରାଣର ମାନ୍ୟତା ଅନୁସାରେ ଯଦି ଭକ୍ତ ମା ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରେ ତେବେ ତାକୁ ପାପରୁ ମୁକ୍ତି ମିଳିଥାଏ l

ଭଗବାନ ବିଷ୍ଣୁଙ୍କ ହାତରେ ଶଙ୍ଖ ,ଚକ୍ର ,ଗଦା ଦେଖାଯିବ ସହିତ ଗୋଟିଏ ହାତରେ ପଦ୍ମଫୁଲ ମଧ୍ୟ ନଜର ଆସିଥାଏ l ଏହା ଦେବୀ ଲକ୍ଷ୍ମୀଙ୍କ ସହିତ ରହିବାର ପ୍ରତୀକ ଭାବରେ ଧରାଯାଏ l ଆହୁରି ମଧ୍ୟ ମାନ୍ୟତା ରହିଛି ଲକ୍ଷ୍ମୀଙ୍କୁ ଯଦି ପଦ୍ମଫୁଲ ଅର୍ପଣ କରାଯାଏ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ ହୋଇଥାନ୍ତି ଓ ତାଙ୍କର କୃପା ଲାଭ ହୋଇଥାଏ l ପଦ୍ମଫୁଲ ଉପରେ ଲକ୍ଷ୍ମୀଦେବୀ ବାସ କରିଥିବା ହେତୁ ତାଙ୍କୁ ପଦ୍ମଜା ମଧ୍ୟ କୁହାଯାଏ l ମାନ୍ୟତା ଅନୁସାରେ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଦେବା ସହିତ ସିନ୍ଦୁର ଓ ଶଙ୍ଖା ଅର୍ପଣ କଲେ ନାରୀ ମାନେ ସୁଲକ୍ଷଣୀ ହୁଅନ୍ତି ଓ ତାଙ୍କ ଘର ଲକ୍ଷ୍ମୀଙ୍କ କୃପାରୁ ଅର୍ଣ୍ଣରେ ପୁରୀ ଉଠେ l

Show More

Related Articles

Back to top button