ସ୍ୱାସ୍ଥ୍ୟ

ଥଣ୍ଡା ଦିନରେ ଏହି ଫଳ ଗୁଡିକ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ

ବର୍ତମାନ ସୁଦ୍ଧା ଆମେ ବୁଝି ସାରିଛୁ ଯେ ଭିଟାମିନ-ସି ଆମର ପ୍ରତିରୋଧକ କ୍ଷମତାରେ ବଢାଇବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଛି l ଭିଟାମିନ-ସି ଫ୍ରୀରେଡ଼ିକାଲର କ୍ଷୟ କ୍ଷତିରୁ ଶରୀରକୁ ରକ୍ଷା କରିଥାଏ ,ତାସାହିତ ମଧୁମେହକୁ ନିୟନ୍ତ୍ରିତ କରିବା ସହିତ ହୃତ୍ପିଣ୍ଡ ଓ ତ୍ୱଚାକୁ ସୁସ୍ଥ ରଖେ l ତେଣୁ ଆମକୁ ଆମର ଦୈନଦିନ ଖାଦ୍ୟରେ ଭିଟାମିନ-ସି କୁ ସାମିଲ କରିବା ମହତ୍ଵପୁର୍ଣ ହୋଇଥାଏ

ଖାସ କରି ସେତେବେଳେ ଯେତେବେଳେ ଦୁନିଆର ବିଶେଷଜ୍ଞ ମାନେ ମଝବୁତ ଇମ୍ୟୁନିଟି ପାଇଁ ଗବେଷଣା କରୁଛନ୍ତି l ଭିଟାମିନ-ସି ଶ୍ୱାସ ସମ୍ବଧୀୟ ସମସ୍ୟାକୁ ଦୂରେଇବା ସହିତ ଫୁସଫୁସକୁ ସୁସ୍ଥ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ lଅନେକ ଗବେଷଣାରୁ ଜଣ ପଡିଛି ଯେ ଭିଟାମିନ-ସି ସେବନ କରିବା ଦ୍ୱାରା ଲନ୍ସ କ୍ୟାନ୍ସର ବିପଦ କମ ହୋଇଥାଏ l ଶୀତଋତୁକୁ ଆଖିଆଗରେ ରଖି ବିଶେଷଜ୍ଞ ମାନେ ଏମିତି କିଛି ଫଳ ବିଷୟରେ କହୁଛନ୍ତି ଯାହା ଆମେ ଖାଇବା ନିହାତି ଆବଶ୍ୟକ ଅଟେ lକମଳା -ଶୀତଋତୁରେ ଅତି ସହଜରେ ଏହି ରସାଳିଆ ଫଳଟି ମିଳି ଯାଇଥାଏ l ସ୍ୱାଦିଷ୍ଟ ହେବ ସହିତ କମଳା ପୋଷଣରେ ଭରପୁର ଅଟେ l କମଳାରେ ଭିଟାମିନ-ସି,ଅଣ୍ଟିଆକ୍ସିଡେଣ୍ଟ ଓ ଫାଇବରର ଗନ୍ତାଘର ଅଟେ l କମଳାର ସେବନ କରିବା ଦ୍ୱାରା ଆମର ଇମ୍ୟୁନିଟି ବଢିବା ସହିତ ଅନ୍ତନଳୀର ସମସ୍ୟା ମଧ୍ୟ ଦୂର ହୋଇଥାଏ l

ପିଜୁଳି -କଳାଲୁଣ ସହିତ ରସଯୁକ୍ତ ଏହି ଫଳକୁ ଖାଇବା ଦ୍ୱାରା ଶରୀରକୁ ଖୁବ ଲାଭ ମିଳିଥାଏ l ପିଜୁଳି ଓଜନ କମାଇବା ପାଇଁ ଲାଭକାରୀ ଅଟେ l ତାସାହିତ ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିଥାଏ ଓ ମଧୁମେହକୁ ନିୟନ୍ତ୍ରିତ କରେ lଡାଳିମ୍ବ -ରସାଳିଆ ଲାଲ ଡାଳିମ୍ବ ପୌଷ୍ଟିକ ତତ୍ୱର ଗନ୍ତାଘର ଅଟେ ଓ ବିଭିନ୍ନ ପ୍ରକାର ସଂକ୍ରମଣ ସହିତ ଲଢେଇ କରିବା ପାଇଁ ଆମ ଶରୀରକୁ ସକ୍ଷମ କରିଥାଏ l ଏହା ବ୍ୟତୀତ ସମ୍ପୂର୍ଣ ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖେ l ଆପଣ ଡାଳିମ୍ବକୁ ସାଲାଡ଼ରେ ଖାଇବା ସହିତ ଏହାର ରସ ମଧ୍ୟ ବାହାର କରି ପିଇ ପାରିବେ lଅଙ୍ଗୁର -ଯେତେବେଳେ କଥା ସ୍ୱାସ୍ଥ୍ୟର ଉଠିଥାଏ ସେତେବେଳେ ଅଙ୍ଗୁର କଥା ଭୁଲିଯିବା ଉଚିତ ନୁହେଁ l ସ୍ୱାଦିଷ୍ଟ ହେବ ସହିତ ଅଙ୍ଗୁର ପୋଷଣରେ ଭରପୁର ଅଟେ l ଏହା ଆମର ଇମ୍ୟୁନଟିକୁ ସୁଦୃଢ କରିଥାଏ ଓ ଶରୀରରୁ ଟକ୍ସିନକୁ ବାହାର କରିବାରେ ସାହାଯ୍ୟ କରେ l

Show More

Related Articles

Back to top button