ଦେଶ ବିଦେଶ

ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଅଭିଯୋଗ

ଗୁରୁତର ୭ ଜଣ ଡାକ୍ତରଖାନାରେ ଭର୍ତ୍ତି

ଉତ୍ତରପ୍ରଦେଶ ଆମ୍ବେଦକର ନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମଖଦୁମପୁର ଗାଁରେ କିଛି ଲୋକ ମଙ୍ଗଳବାର ଦିନ ମଦ ପିଇବାର କିଛି ଘଣ୍ଟା ପରେ ଅଚତ ହେବା ନେଇ ଅଭିଯୋଗ କରିଥିଲେ । ତାଙ୍କୁ ଜୈଦପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା ।ଅଧା ରାସ୍ତାରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ହେବା ପରେ ଅନ୍ୟମାନଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ କେବଳ ୨ଟି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବାରେ ସକ୍ଷମ ହୋଇଥିବା । କାରଣ ଗ୍ରାମବାସୀ ଖୁବ୍ ଶୀଘ୍ର ଶବକୁ ପୋଡି ଦେଇଥିଲେ ।

 

 

ଆଜମଗଡର ମିଟୁପୁର ଅଞ୍ଚଳରେ ଥିବା ଏକ ମଦ ଦୋକାନ ମାଲିକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଅବହେଳା ପାଇଁ ଆମ୍ବେଦକର ନଗର ପୋଲିସ ଅଧୀକ୍ଷକ ଆଲୋକ ପ୍ରିୟଦର୍ଶୀ କହିଛନ୍ତି ଯେ, ଜୈଦପୁର ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୨ ଜଣ ବିଟ୍ କନଷ୍ଟେବଳଙ୍କୁ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫ ରହିଛି । ବେଆଇନ ମଦ ବିକ୍ରୟ ଘଟଣାର ତଦନ୍ତ ଜାରି ରହିଛି ।

Show More

Related Articles

Back to top button