ଦେଶ ବିଦେଶବାଣିଜ୍ୟ

କାଲି ଠାରୁ ଆସନ୍ତା ୨୦ ଦିନ ମଧ୍ୟରେ ୭ ଦିନ ବ୍ୟାଙ୍କ ଛୁଟି

ଯଦି କିଛି ବ୍ୟାଙ୍କିଙ୍ଗ କାରବାର ଅଛି ତେବେ ଏବେ ଠାରୁ ମନେରଖନ୍ତୁ ତାରିଖ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏଥିରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ଲୋକେ ସତର୍କ ସହ ସମସ୍ତ କାର୍ଯ୍ୟ କରୁଛନ୍ତି। ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଚାଲିଛି। ଲୋକେ ଅଯଥା ଭିଡ଼ ନକରି କେମିତି କାର୍ଯ୍ୟ ସାରିବେ ସେନେଇ ମଧ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଯଦି ବ୍ୟାଙ୍କ ସମ୍ବନ୍ଧୀୟ କିଛି କାର୍ଯ୍ୟ ବାକି ରହିଯାଇଛି ଜଳଦି ସାରିଦିଅନ୍ତୁ।

କାରଣ ମେ’ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ୧୨ ଦିନ ମଧ୍ୟରୁ ୫ ଛୁଟିଦିନ ବିତିସାରିଛି। ଅର୍ଥାତ ଆଗାମୀ ୨୦ ଦିନ ମଧ୍ୟରେ ବ୍ୟାଙ୍କ ୭ ଦିନ ବନ୍ଦ ରହିବ। କରୋନା ମହାମାରୀ ପ୍ରକୋପ ବଢ଼ୁଥିବା ବେଳେ ଏବେ ସମସ୍ତ ବ୍ୟାଙ୍କ ସକାଳ ୧୦ରୁ ଦିନ ୨ଟା ଯାଏ ଖୋଲା ରହୁଛି। କିନ୍ତୁ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇଥିବାରୁ ବ୍ୟାଙ୍କ କାର୍ଯ୍ୟ ଉପରେ ପ୍ରଭାବ ପଡ଼ୁଛି। ଆଗାମୀ କିଛି ଦିନ ମଧ୍ୟରେ ବ୍ୟାଙ୍କ ଛୁଟି ରହିବାକୁ ଥିବା ବେଳେ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଏହି ସମୟରେ ଅନଲାଇନ୍‌ ମାଧ୍ୟମରେ ବ୍ୟାଙ୍କିଙ୍ଗ ସେବା ଅବ୍ୟାହତ ରହିବ।

ଦେଖନ୍ତୁ ବ୍ୟାଙ୍କ ଛୁଟି ଲିଷ୍ଟ
୧୩ ମେ’- ଏହି ଦିନ ଇଦ୍‌-ଉଲ-ଫିତର ପାଇଁ ବ୍ୟାଙ୍କ ବନ୍ଦ ରହିବ। ଗୁରୁବାର ବେଲାମପୁର, ଜାମ୍ମୁ, କୋଚି, ମୁମ୍ବାଇ, ନାଗପୁର, ଶ୍ରୀନଗର, ତିରୁଅନ୍ତପୁରମରେ ଥିବା ବ୍ୟାଙ୍କର ସମସ୍ତ ଶାଖା ବନ୍ଦ ରହିବ ।

୧୪ ମେ’- ଶୁକ୍ରବାର ପର୍ଶୁରାମ ଜୟନ୍ତୀ ଥିବାରୁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ। ଏହି ଦିନ ରମଜାନ ଇଦ, ବସବା ଜୟନ୍ତୀ ଏବଂ ଅକ୍ଷୟ ତୃତୀୟା ପାଳନ କରାଯିବ। ତେଣୁ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।

୧୬ ମେ’- ରବିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ।

୨୨ ମେ’- ଏହି ଦିନ ମାସର ଚତୁର୍ଥ ଶନିବାର ହୋଇଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୨୩ ମେ’- ରବିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ

୨୬ ମେ’- ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ପାଳନ ହେବାକୁ ଥିବା ବେଳେ ଅଗରତାଲା, ବେଲାପୁର, ଭୋପାଳ, ଚଣ୍ଡୀଗଡ଼, ଡେରାଡୁନ୍‌, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାମପୁର, ରାଞ୍ଚି, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କର ସମସ୍ତ ଶଖା ବନ୍ଦ ରହିବ ।

୩୦ ମେ’- ଏହି ଦିନ ରବିବାର ପଡ଼ୁଥିବାରୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ।

Show More

Related Articles

Back to top button