ଦେଶ ବିଦେଶମୁଖ୍ୟ ଖବର

ରାଜଧାନୀ ଦିଲ୍ଲୀରେ କମୁଛି ଦୈନିକ ସଂକ୍ରମଣ

ବଢ଼ୁଛି ସୁସ୍ଥ ହାର

ଦେଶର ରାଜଧାନୀ ଦିଲ୍ଳୀରେ କରୋନାର ଦ୍ବିତୀୟ ଲହର ପ୍ରକୋପ ଧିରେଧିରେ କମୁଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀରେ ୧୩ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ରାଜ୍ୟରେ ସଂକ୍ରମଣ ହାର ୧୭.୦୩ ପ୍ରତିଶତକୁ ଖସି ଆସିଥିବା ବେଳେ ମଙ୍ଗଳବାର ସଂକ୍ରମଣ ହାର ୧୭.୭୬ ପ୍ରତିଶତ ଥିଲା।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଜାରି ବୁଲେଟିନ୍‌ ଅନୁସାରେ, ଗତ ୨୪ ଘଣ୍ଟାରେ ୧୩,୨୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥବା ୩୦୦ ଜଣଙ୍କ ଜୀବନ ନେଇଛି ଭୂତାଣୁ। ମଙ୍ଗଳବାର ୧୨,୪୮୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେପଟେ ଦିଲ୍ଲୀରେ ସୁସ୍ଥ ହାର ବୃଦ୍ଧିପାଇଛି। ୧୩ ହଜାର ନୂଆ ମାମଲା ଆସିଥିବା ବେଳେ ୧୪,୦୭୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।ମଙ୍ଗଳବାର ଏହି ସଂଖ୍ୟା ୧୩,୫୮୩ ଥିଲା। ଦିଲ୍ଲୀରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୩,୬୧,୯୮୬ ହୋଇଥିବା ବେଳେ ୪୯,୯୭୪ ଜଣ ହୋମ ଆଇସୋଲେସନ୍‌ରେ ରହିଛନ୍ତି। ରାଜଧାନୀରେ ଏବେ ସକ୍ରିୟ ମାମଲା ୮୨,୭୨୫ ରହିଛି। ୧୨,୫୮,୯୫୧ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇ ସାରିଥିବା ବେଳେ ୨୦,୩୧୦ ଜୀବନ ନେଇଛି କରୋନା। ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଅନୁସାରେ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ମୋଟ ୭୮,୦୩୫ ଟେଷ୍ଟ କରାଯାଇଛି। ଏବେ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୫୬,୮୫୨କୁ ବୃଦ୍ଧିପାଇଛି।

ଏମିତି ରହିଛି ଦିଲ୍ଲୀର ୧୦ ଦିନର କରୋନା ସଂକ୍ରମଣ

୧୧ ମେ ୨୦୨୧- ୧୨,୪୮୧ (ସଂକ୍ରମିତ ଚିହ୍ନଟ)

୧୦ ମେ ୨୦୨୧- ୧୨,୬୫୧

୯ ମେ ୨୦୨୧- ୧୩,୩୩୬

୮ ମେ ୨୦୨୧- ୧୭,୩୬୪

୭ ମେ ୨୦୨୧- ୧୯,୮୩୨

୬ ମେ ୨୦୨୧- ୧୯,୧୩୩

୫ ମେ ୨୦୨୧-୨୦,୯୬୦

୪ ମେ ୨୦୨୧- ୧୯,୯୫୩

୩ ମେ ୨୦୨୧- ୧୮,୦୪୩

୨ ମେ ୨୦୨୧- ୨୦,୩୯୪

Show More

Related Articles

Back to top button