ଦେଶ ବିଦେଶ

୨ରୁ ୧୮ ବର୍ଷ ବର୍ଗର ଶିଶୁ ଓ ନାବାଳକଙ୍କୁ ଲାଗିବ କରୋନା ଟିକା

ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ଅନୁମତି

ଭାରତରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ପିଲାମାନଙ୍କ ପାଇଁ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି । ୨ରୁ ୧୮ ବର୍ଷ ପିଲାମାନଙ୍କ ଠାରେ ଭାରତ ବାୟୋଟେକ୍ ଏହାର କରୋନା ଭ୍ୟାକ୍ସିନର ପରୀକ୍ଷଣ କରିବ। ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ ଭାରତରେ କରୋନାର ତୃତୀୟ ଲହର ଆସିବ । ଆଉ ଏଥିରେ ପିଲାମାନେ ସବୁଠାରୁ ବେଶୀ ପ୍ରଭାବିତ ହେବେ। ଏପରି ସ୍ଥିତିରେ ପିଲାମାନଙ୍କ ପାଇଁ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ତତ୍ପର ହୋଇ ଉଠିଛନ୍ତି। ସେପେଟ କେନ୍ଦ୍ର ସରକାର ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି । କୋ-ୱିନ୍ ପୋର୍ଟାଲରେ କୋଭିସିଲ୍ଡ ଦ୍ବିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ ହୋଇଛି ।ଛୋଟ ଛୁଆ ନେବେ କରୋନା ଟିକା। ୨ରୁ ୧୮ ବର୍ଷ ମଧ୍ୟରେ ଥିବା ଶିଶୁ ଓ ନାବାଳକଙ୍କୁ କରୋନା ଟିକା ଦେବା ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କମ୍ପାନୀ ଦ୍ବାରା ତିଆରି ହୋଇଥିବା କୋଭାକ୍ସିନର ପ୍ରଥମ ଟ୍ରାଏଲ ଶେଷ ହୋଇଛି। ଏବେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ କ୍ଲିନିକାଲ ଟ୍ରାଏଲ କରିବାକୁ ଭାରତ ବାୟୋଟେକ୍ ନିଷ୍ପତ୍ତି ନେଇଛି। ଏଥିପାଇଁ ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜସନ ବା CDSCO ସଂଗଠନର ଏକ୍ସପର୍ଟ କମିଟି କ୍ଲିନିକାଲ ଟ୍ରାଏଲକୁ ସ୍ବିକୃତୀ ପ୍ରଦାନ କରିଛି। ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ପରେ ୫୨୫ଟି ଅଲଗା ଅଲଗା ସ୍ଥାନରେ ଏହି ଟ୍ରାଏଲ କରାଯିବ।

ଦିଲ୍ଲୀ ଏବଂ ପାଟନା ଏମସ୍ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ। ଭାରତରେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଥିରେ ଶିଶୁ ଓ କିଶୋରମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ତତ୍ପରତା ବଢିଛି ।ନିକଟରେ ଆମେରିକା ମଧ୍ୟ ସମାନ ପ୍ରସ୍ତୁତି ଆରମ୍ଭ କରିଛି । ଆମେରିକାର ଏଫିଡିଏ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଏବଂ BioNTech ଟିକାକୁ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଛି। ଯାହାର ଆସନ୍ତାକାଲିଠାରୁ ଟ୍ରାଏଲ୍‌ ଆରମ୍ଭ ହେବ । ପୂର୍ବରୁ ଆମେରିକାରେ ୧୬ରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ ଅନୁମତି ମିଳି ସାରିଛି। ଜନସନ୍‌ ଆଣ୍ଡ ଜନସନ୍ କଂପାନୀ ମଧ୍ୟ କିଶୋରମାନଙ୍କ ପାଇଁ କୋଭିଡ୍‌ ଟିକା ପ୍ରସ୍ତୁତି ଉପରେ ଗବେଷଣା ଜାରି ରଖିଛି।

Show More

Related Articles

Back to top button