ଜୀବନଚର୍ଯ୍ୟା

ନିଜର ୱାଲେଟରେ ରଖନ୍ତୁ ଏହି ଜିନିଷ, କେବେ ହେବ ନାହିଁ ଆର୍ଥିକ ସମସ୍ୟା

ସମସ୍ତେ ପକେଟରେ କିମ୍ବା ଏକ ହ୍ୟାଣ୍ଡ ବ୍ୟାଗରେ ଏକ ଛୋଟ ୱାଲେଟ୍ ରଖନ୍ତି । ଖାସକରି ଏଥିରେ ଟଙ୍କା ରଖାଯାଏ । କିନ୍ତୁ ପ୍ରାୟତଃ ଲୋକମାନେ ଏଥିରେ ଅନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ରଖିଦେଇଥାନ୍ତି । ଏହା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏଭଳି ପରିସ୍ଥିତିରେ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ତେଣୁ ୱାଲେଟ୍ ସହିତ ଜଡିତ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ

ବେକାର ବିଲ୍ କିମ୍ବା କାଗଜ ରଖନ୍ତୁ ନାହିଁ :

ଯଦି ଆପଣ ୱାଲେଟରେ ସପିଂ ବିଲ୍ କିମ୍ବା କୌଣସି ପୁରୁଣା ରସିଦ ମଧ୍ୟ ରଖୁଥାନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସ ଛାଡିଦିଅନ୍ତୁ । ବାସ୍ତବରେ, ଏହି ଜିନିଷଗୁଡ଼ିକ ନକାରାତ୍ମକତା ବଢାଇଥାଏ । ତେଣୁ ଏହାକୁ ପର୍ସରେ ନ ରଖିବା ଭଲ। ଏହା ବ୍ୟତୀତ, ଫେଙ୍ଗ୍ ଶୁଇ ଅନୁଯାୟୀ, ୱାଲେଟରେ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ରଖିବା ମଧ୍ୟ ଅଶୁଭ ହୋଇଥାଏ ।

ୱାଲେଟକୁ ସଫା ରଖିବା :

ବାସ୍ତୁ ଅନୁଯାୟୀ, ୱାଲେଟ୍ କଦାପି ମଇଳା ଏବଂ ଫଟା ହେବା ଉଚିତ୍ ନୁହେଁ। ନିଜର ପୋଷାକ ପରି, ସମୟ ସମୟରେ ଏହାକୁ ମଧ୍ୟ ବଦଳାନ୍ତୁ । ଏଥିସହ ଏହାକୁ ପ୍ରତି ସପ୍ତାହରେ ଏକ କପଡା କିମ୍ବା ଟିସୁରେ ପୋଛି ସଫା ରଖନ୍ତୁ ।
ସଠିକ୍ ଭାବରେ ରଖନ୍ତୁ ଟଙ୍କା :

ପ୍ରାୟତଃ ଲୋକମାନେ ପର୍ସ ଏବଂ ୱାଲେଟରେ କ୍ରମାଗତ ଭାବରେ ଟଙ୍କା ରଖନ୍ତି ନାହିଁ । ସେମାନେ ନୋଟ୍ଗୁଡ଼ିକୁ ଫୋଲଡ୍ କରି ରଖନ୍ତି । କିନ୍ତୁ ନୋଟ୍ ଏବଂ ମୁଦ୍ରା ସବୁବେଳେ ଅଲଗା ରଖିବା ଉଚିତ୍ । ବାସ୍ତୁ ଏବଂ ଫେଙ୍ଗ୍ ଶୁଇ ଅନୁଯାୟୀ, ଛୋଟ ନୋଟଗୁଡିକ ଆଗରେ ଏବଂ ବଡ ନୋଟ୍ ଗୁଡିକ ପଛରେ ରଖିବା ଉଚିତ୍ । ସେହିପରି ମୁଦ୍ରାଗୁଡ଼ିକୁ ଅଲଗା ପକେଟରେ ରଖିବା ଉଚିତ୍ ଏହା ଆର୍ଥିକ ପରିସ୍ଥିତିକୁ ମଜବୁତ କରିଥାଏ ।

ଗୋମତି ଚକ୍ର ସମୁଦ୍ର-କଉଡି, ପଦ୍ମ ମଞ୍ଜୀ, ରୂପା ମୁଦ୍ରା ଇତ୍ୟାଦି ଦେବୀ ଲକ୍ଷ୍ମୀଙ୍କ ସହିତ ସମ୍ବନ୍ଧିତ । ଏହି ଜିନିଷଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷକୁ ମା ଲକ୍ଷ୍ମୀଙ୍କ ପାଦରେ କିଛି ସମୟ ରଖନ୍ତୁ । ତା’ପରେ ଏହାକୁ ନିଜ ପର୍ସରେ ରଖନ୍ତୁ । ଏହା ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଦେଇଥାଏ ।
ଚାଉଳ :

ଦେବୀ ଲକ୍ଷ୍ମୀଙ୍କୁ ଦିଆଯାଇଥିବା ଚାଉଳର କିଛି ଦାନାକୁ କାଗଜରେ ଗୁଡ଼ାଇ ଦିଅନ୍ତୁ । ସେହି କାଗଜ ପଡିଆକୁ ଆପଣଙ୍କ ୱାଲେଟରେ ଗୋଟିଏ ସ୍ଥାନରେ ରଖନ୍ତୁ । ଏହା ଆପଣଙ୍କ ଶୁକ୍ର ଗ୍ରହକୁ ମଜବୁତ କରିଥାଏ । ଏଥିସହ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ।

Show More

Related Articles

Back to top button