ଅପରାଧଆଇନ କାନୁନମୁଖ୍ୟ ଖବରସେଲିବ୍ରିଟି

କୋର୍ଟରେ ଆତ୍ମସପର୍ମଣ କଲେ ଅଭିନେତ୍ରୀ ସପ୍ନା ଚୌଧୁରୀ

ଚଣ୍ଡିଗଡ: ଠକେଇ ଅଭିଯୋଗରେ କୋର୍ଟରେ ଆତ୍ମସପର୍ମଣ କଲେ ହରିୟାଣାର ଫେମସ୍‌ ଡ୍ୟାନ୍ସର ତଥା ବିଗ୍‌ବସ୍‌ ଫେମ୍‌ ଅଭିନେତ୍ରୀ ସପ୍ନା ଚୌଧୁରୀ। ସେ ଠକେଇ ଅଭିଯୋଗରେ ଆଜି ଲକ୍ଷ୍ନୌର ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି ହୋଇଥିଲା। ଏହାକୁ ନେଇ ଗିରଫଦାରୀର ଖଣ୍ଡା ତାଙ୍କ ମୁଣ୍ଡରେ ଝୁଲୁଥିଲା। ସୋମବାର ସେ ଲୁଚି ଲୁଚି ଆସି ଲକ୍ଷ୍ନୌରେ ପହଞ୍ଚିଥିଲେ। ଏଠାରେ ୨୦୪ ସ୍ଥିତି ଏସିଜେଏମ୍‌ ୫ ଶାନ୍ତନୁ ତ୍ୟାଗୀ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ୱାରେଣ୍ଟକୁ ସେ ରଦ୍ଦ କରିବାକୁ ଏଠାକୁ ଆସିଥିଲେ। କୋର୍ଟରେ ହାଜର ହେବା ପରେ ତାଙ୍କୁ ପୁଲିସ କଷ୍ଟଡିକୁ ନେଇଥିଲା। କୋର୍ଟରେ ହାଜର ହୋଇ ସହଯୋଗ କରିବେ ବୋଲି ସର୍ତ୍ତ ମାନିବା ପରେ ସପ୍ନାଙ୍କ ବିରୋଧରେ ଜାରି ହୋଇଥିବା ୱାରେଣ୍ଟକୁ ରଦ୍ଦ କରାଯାଇଛି। ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ରେ ହେବ। ସୂଚନାଅନୁସାରେ,୧ ମେ’ ୨୦୧୯ରେ ସପ୍ନା ଚୌଧୁରୀଙ୍କ ବିରୋଧରେ ଧୋକା ଓ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଆୟୋଜକ ଜୁନାଦ ଅହମ୍ମଦ, ଇବାଦ ଅଲ୍ଲି, ରତ୍ନାକର ଉପାଧ୍ୟାୟ ଏବଂ ଅମିତ ପାଣ୍ଡେଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା। ୨୦୧୮ରେ ଲକ୍ଷ୍ନୌର ସ୍ମୃତି ଉପବନରେ ମଧ୍ୟାହ୍ନ ୩ଟାରୁ ରାତି ୧୦ଟା ଯାଏଁ ସପ୍ନାଙ୍କ ଏକ ପ୍ରୋଗ୍ରାମ ଥିଲା। ଏହି କାର୍ଯ୍ୟକ୍ରମରେ ଏଣ୍ଟ୍ରି ପାଇଁ ପ୍ରତି ବ୍ୟକ୍ତି ପିଛା ୩୦୦ ଟଙ୍କା ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକ ଟିକେଟ କିଣିଥିଲେ। କିନ୍ତୁ ରାତି ୧୦ଟା ଯାଏଁ ସପ୍ନା ଚୌଧୁରୀ ଦେଖା ଦେଇନଥିଲେ। ସେ ଟଙ୍କା ନେବା ପରେ ମଧ୍ୟ ଶୋ’ କରିବା ପାଇଁ ପହଞ୍ଚିନଥିଲେ। ସେ କାର୍ଯ୍ୟକ୍ରମକୁ ଆସିନଥିଲେ କି ଫୋନ୍‌ କଲ୍‌ ମଧ୍ୟ ଉଠାଇ ନଥିଲେ। ଏହାପରେ ତାଙ୍କ ଫ୍ୟାନମାନେ ପ୍ରବଳ ହଙ୍ଗାମା ଆରମ୍ଭ କରିଥିଲେ। ଅନ୍ୟପଟେ କାର୍ଯ୍ୟକ୍ରମ ଆୟୋଜକ ମଧ୍ୟ ଟିକେଟ୍‌ ଧାରକଙ୍କ ଟଙ୍କା ଫେରାଇବାକୁ ମନା କରି ଦେଇଥିଲେ। ଏହାପରେ ଉତ୍ତରପ୍ରଦେଶର ଆଶିୟାନା ଥାନାରେ ସପ୍ନାଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁରେ ମଧ୍ୟ ଧୋକା ଏବଂ ଠକେଇର ଅଭିଯୋଗ ହୋଇଥିଲେ। ଏହା ପରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button