ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ୍‌,୭ଶ୍ରମିକ ଆହତ

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ୍‌ । ଏଭଳି ଦୂର୍ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗାରେ । ଦୂର୍ଘଟଣା ଫଳରେ ଟ୍ରକରେ ବସିଥିବା ୭ ଜଣ ଶ୍ରମିକ ଆହତ ହୋଇଛନ୍ତି । ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ସକାଳ ୧୧ଟା ସମୟରେ ବୌଦ୍ଧ ଠାରେ ଥିବା ବି.ଡି.ପି.ଏଲ ଇଟା ଫ୍ୟାକ୍ଟ୍ରିରୁ ଏକ ଟ୍ରକ ସିମେଣ୍ଟ ଇଟା ନେଇ ହରଭଙ୍ଗା ଠାରେ ଏଲ.ଏଣ୍ଡ.ଟି ମେଗା ପାନୀୟ ପ୍ରକଳ୍ପକୁ ଯାଉଥିବା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ହେଲେ ଟ୍ରକଟି ହରଭଙ୍ଗା ପୋଷ୍ଟ ଅଫିସ ନିକଟରେ ଥିବା ଏକ ମାଟି ରାସ୍ତା ଦେଇ ଯାଉଥିବା ସମୟରେ ରାସ୍ତା ଦବି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଫଳରେ ଟ୍ରକରେ ବସିଥିବା ୭ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରି ହରଭଙ୍ଗା ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ।

Show More

Related Articles

Back to top button