Breaking PLUSଓଡ଼ିଶାମୁଖ୍ୟ ଖବର

ବୋଲେରୋକୁ ଘୋଷାଡ଼ି ନେଲା ଟ୍ରେନ୍

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା। ବୋଲେରୋକୁ ଘୋଷାଡ଼ି ନେଲା ଟ୍ରେନ୍। ଅଳ୍ପକେ ବର୍ତ୍ତିଲେ ବୋଲେରୋରେ ଥିବା ସମସ୍ତ କର୍ମଚାରୀ।

ଆଜି ସକାଳେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମସିଏଚପି କ୍ୟାଣ୍ଟିନ୍ ପାଖରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ଛି।ଏକ ମାଲବାହୀ ଟ୍ରେନ୍ ନିଜ ଟ୍ରାକ୍ ରେ ଆସୁଥିବା ବେଳେ ବୋଲେରୋ ଗାଡ଼ିଟି ଟ୍ରାକ୍ ଉପରେ ଯାଇ ଅଟକି ଯାଇଥିବାରୁ ପ୍ରାୟ ତିରିଶି ମିଟର ବୋଲେରୋକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଟ୍ରେନ୍। ବୋଲେରୋ ଚାଳକଙ୍କ ଅସାବଧାନତା ଯୋଗୁ ଏଭଳି ଘଟିଥିବା କୁହାଯାଉଥିବା ବେଳେ ବୋଲେରୋରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

Show More

Related Articles

Back to top button