Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ ଗାନ୍ଧି

() ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାହୁଲ ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ପାର୍ଥୀ ହେବେ। ରାଜ୍ୟସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଏହି ଘୋଷଣା କରିଛନ୍ତି। ଫଳରେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପାର୍ଥୀ କିଏ ହେବେ ତାହାକୁ ନେଇ ଦୀର୍ଘଦିନ ହେଲା ଲାଗି ରହିଥିବା କଳ୍ପନାଜଳ୍ପନା ଉପରୁ ଗେହଲଟ ପରଦା ହଟାଇଛନ୍ତି।

ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଓ ଏନଡିଏକୁ କ୍ଷମତାରୁ ହଟାଇବା ପାଇଁ ୨୬ଟି ରାଜନୈତିକ ଦଳ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ବିରୋଧୀ ମେଣ୍ଟ ଏହି ଘୋଷଣାକୁ କିଭଳି ଗ୍ରହଣ କରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କିନ୍ତୁ ଅଶୋକ ଗେହଲଟ କହିଛନ୍ତି ଇଣ୍ଡିଆ ମେଣ୍ଟରେ ସମସ୍ତ ୨୬ଟି ବିରୋଧୀ ଦଳ ଆଲୋଚନା ଓ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଇଣ୍ଡିଆ ମେଣ୍ଟର ଆବଶ୍ୟକତା ସଂପର୍କରେ ପ୍ରଶ୍ନ ହେବାରୁ ଗେହଲଟ କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗର ଗୁରୁତ୍ବ ରହିଥାଏ। କିନ୍ତୁ ଦେଶରେ ବର୍ତ୍ତମାନ ଦେଖାଦେଇଥିବା ପରିସ୍ଥିତି ସବୁ ରାଜନୈତିକ ଦଳଗୁଡ଼ିକ ଉପରେ ମାତ୍ରାଧିକ ଚାପ ସୃଷ୍ଟି କରିଛି। ଗେହଲଟ କହିଛନ୍ତି, ମୋଦୀଙ୍କ ଲୋକପ୍ରିୟତା ଯେତେବେଳେ ଶୀର୍ଷରେ ଥିଲା ସେତେବେଳେ ବି ସେ ୫୦ ପ୍ରତିଶତ ଭୋଟ ହାତେଇ ପାରି ନଥିଲେ। ୨୦୨୪ ନିର୍ବାଚନରେ ଏନ୍‌ଡିଏ କ୍ଷମତାକୁ ଫେରିବ ନାହିଁ ବୋଲି ସେ କହିଛନ୍ତି।

Show More

Related Articles

Back to top button