Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୪୦ ଡିଗ୍ରୀ ଉପରେ ରାଜ୍ୟର ୨୭ ସହର

୪୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ

ସାରା ରାଜ୍ୟରେ ଜାରି ରହିଛି ଅଗ୍ନି ବର୍ଷା । ଆଗକୁ ଆହୁରି ବଢିବ ତାପମାତ୍ରା । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବା ସହ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ୧ ରୁ ୫ ଡିଗ୍ରୀ ଯାଏଁ ବିଭିନ୍ନ ଜ଼ିଲ୍ଲାର ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ କହିଥିବା ବେଳେ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଜି ରାଜ୍ୟର ୨୭ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ସହର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪ ଡିଗ୍ରୀ ଆତିକ୍ରମ କରିଛି ।

ଟିଟିଲାଗଡ଼ରେ ୪୩.୮ ଡିଗ୍ରୀ, ଅନୁଗୁଳ ୪୩.୭, ସୋନପୁର ୪୩.୪, ବାରିପଦା ଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବାରିପଦାଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩, ହୀରକୁଦରେ ୪୨.୬, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୨.୫ ଡିଗ୍ରୀ, ବୌଦ୍ଧ, ଦେବଗଡ଼ ଢେଙ୍କାନାଳରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି । ଅନ୍ୟପଟେ କେନ୍ଦ୍ରାପଡ଼ାରେ ୪୨.୨, ଖୋର୍ଦ୍ଧା ଓ ବରଗଡ଼ରେ ୪୨ ଡିଗ୍ରୀ, କଟକ ୪୦.୨ ଓ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ତାପମାତ୍ରା ରହିଛି ।

Show More

Related Articles

Back to top button