ଓଡ଼ିଶାମୁଖ୍ୟ ଖବର

ପୁରୀରେ ଆରମ୍ଭ ହେବ ଗୁରୁକୁଳ କାର୍ଯ୍ୟ

ଖୁବଶୀଘ୍ର ସ୍ୱାକ୍ଷର ହେବ ଏମ୍‌ଓୟୁ

୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଛି।‌ ବଜେଟରେ ବିଭିନ୍ନ ଯାନୀଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ରହିଛି। ଏହାସହ ହୁଣ୍ଡିରୁ ଆମଦାନୀ ବିଭିନ୍ନ କର୍ପସ ଫଣ୍ଡର ସୁଦ୍ଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶିର ଆୟ ମଧ୍ୟ ରହିଛି। ବୈଠକରେ ସେବାୟତ କଲ୍ୟାଣ ଦିଗରେ ଆଲୋଚନା କରାଯାଇଥିବା ବେଳେ ଗୁରୁକୁଳ ପ୍ରତିଷ୍ଠା ନେଇ ଭୂମିପୁତ୍ର ଫାଉଣ୍ଡେସନ ସହ ଖୁବଶୀଘ୍ର ଏମ୍‌ଓୟୁ କରାଯିବ‌ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।‌ ସେବାୟତ ଗୁରୁକୁଳ ପାଇଁ MOU ଅନୁଧ୍ୟାନ ସରିଥିବା ବେଳେ ସେବାୟତଙ୍କ ବାସଗୃହ ଯୋଜନା ପାଇଁ ସ୍ଥାନ ନିରୂପଣ ଚାଲିଛି । ହରଚଣ୍ଡୀ ସାହି ଓ ଦକ୍ଷିଣକାଳୀ ସାହି ମୌଜାରେ ଜମି ଚି଼ହ୍ନଟ କରାଯାଇଛି। ଖୁବ ଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି । ସେହିପରି ମହାପ୍ରଭୁଙ୍କ ବିଭନ୍ନ ଯାନୀଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା, ହୁଣ୍ଡିରୁ ଆମଦାନୀ, ବିଭିନ୍ନ କର୍ପସ ଫଣ୍ଡର ସୁଦ୍ଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଆଦି ଆୟ ଏହି ବଜେଟରେ ରହିଛି।

ତେବେ ଗୁରୁକୁଳ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ୬ କୋଟିର ଆର୍ଥିକ ଅନୁଦାନ ଦେଇଛନ୍ତି।‌ ସେବାୟତ ଓ ବିଦ୍ୟାର୍ଥୀ ମାନଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ଆଶ୍ରମ, ସ୍କୁଲ ନିର୍ମାଣ ଓ ଏ ସମ୍ପର୍କିତ MOU ଅନୁମୋଦନ ହୋଇଛି। ଅନ୍ୟପଟେ ଆସନ୍ତା ମେ ମାସ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଓ ଚନ୍ଦନ ଯାତ୍ରା ଆରମ୍ଭ ହେବ‌। ତେଣୁ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ସେନେଇ ସମସ୍ତଙ୍କ ସହଯୋଗ ଲୋଡ଼ା ଯାଇଛି। ଶ୍ରୀମନ୍ଦିରରେ ଦର୍ଶନରେ ଆସୁଥିବା ଭକ୍ତମାନଙ୍କ ପାଇଁ ବଡଦାଣ୍ଡରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବ୍ୟାରିକେଡ଼କୁ ହଟାଯାଇ ରାଜନଅର ସମ୍ମୁଖରେ ଭୋଇ ସେବାୟତ ମାନେ ରଥ ଖଳା ନିର୍ମାଣରେ ଲାଗିଛନ୍ତି। ଗତ ୨୨ ତାରିଖରେ ବଜେଟ ନେଇ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସମୟ ଅଭାବରୁ ଏହି ବୈଠକ ପୂର୍ଣ୍ଣାଙ୍ଗ ହୋଇପାରିନଥିଲା। ତେଣୁ ଆଜିର ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୁରୀ ବଡଦାଣ୍ଡ ସ୍ଥିତ ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ଦିବ୍ୟାସିଂହ ଦେବଙ୍କ ଅଧକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Show More

Related Articles

Back to top button