Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ସୁସ୍ଥ ହେଲେ ଅଭିଷେକ

କୋରୋନା ଭାଇରସ ଆକ୍ରାନ୍ତରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଅଭିଷେକ ବଚ୍ଚନଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ଆଜି ନେଗେଟିଭ୍‌ ଆସିଛି।

ମୁମ୍ୱାଇ: କୋରୋନା ଭାଇରସ ଆକ୍ରାନ୍ତରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଅଭିଷେକ ବଚ୍ଚନଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ଆଜି ନେଗେଟିଭ୍‌ ଆସିଛି। ଏ ସଂପର୍କରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ମୁଁ ଘରକୁ ଯିବାକୁ ସକ୍ଷମ ହୋଇଥିବାରୁ ମୁଁ ଖୁସି।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ରେ ତାଙ୍କର କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପ୍ରାୟ ଏକ ମାସଧରି ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ଅଭିଷେକ ଡାକ୍ତରଖାନାର ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ନାନାବତୀ ଡାକ୍ତରଖାନାର ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ପାଇଁ ମୋର ଏବଂ ମୋର ପରିବାରର ଯତ୍ନ ନେବା ଏବଂ କୋଭିଡ-୧୯କୁ ପରାସ୍ତ କରିବାରେ ସାହାଯ୍ୟ କରିଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞତ। ଜଣାଇଛନ୍ତି

Show More

Related Articles

Back to top button