Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ବଢୁଛି ମୋଦିଙ୍କ ଲୋକପ୍ରିୟତା: ସର୍ଭେ

ବଢିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ, ତିନ ତଲାକ, ରାମ ମନ୍ଦିରର ଭୂମିପୂଜନ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି ଲୋକେ।

ନୂଆଦିଲ୍ଲୀ : ବଢିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ, ତିନ ତଲାକ, ରାମ ମନ୍ଦିରର ଭୂମିପୂଜନ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି ଲୋକେ। ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ଲୋକସଭାରେ ପାରିତ ହେବା ପରେ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ହିଂସା ଦେଖାଦେଇଥିଲା। ଯାହା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା। କିନ୍ତୁ ୨୦୧୬ ତୁଳନାରେ ଜାତୀୟ ଗଣମାଧ୍ୟମର ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ୨ୟ କାର୍ଯ୍ୟକାଳର ୧ବର୍ଷରୁ ଅଧିକ ସମୟ ବିତିଯାଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ, ସିଏଏକୁ ନେଇ ଦେଶରେ ମୋଦୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଚୀନ ସହିତ ସୀମା ବିବାଦ ଜାରି ରହିଛି। ଏହା ମଧ୍ୟରେ ମୋଦୀ କାର୍ଯ୍ୟଧାରାକୁ ନେଇ ଦେଶବାସୀ କେତେ ଖୁସି ଅଛନ୍ତି ତାହା ଜାଣିବା ଲାଗି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଲାଗି କାର୍ବି ଇନ୍‌ସାଇଟ୍‌ସ ଲିମିଟେଡ୍‌ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସର୍ଭେରେ ଭାଗ ନେଇଥିବା ୭୮ ପ୍ରତିଶତ ନାଗରିକ ମୋଦୀଙ୍କ କାର୍ଯ୍ୟଧାରାରେ ଖୁସି ଥିବା ଜଣାପଡ଼ିଛି।

Show More

Related Articles

Back to top button