Breaking PLUSଦେଶ ବିଦେଶମୁଖ୍ୟ ଖବର

ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ପୁନଃସ୍ଥାପନା ; ଜାଣନ୍ତୁ କେମିତି ହେବ ଭବ୍ୟ ରାମ ମନ୍ଦିରର ଭୂମିପୂଜନ

ଅଗଷ୍ଟ ୫, ବୁଧବାର ରାମ ଜନ୍ମଭୂମି ଅଯୋଧ୍ୟାରେ ହେବାକୁ ଥିବା ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ନୂଆଦିଲ୍ଲୀ: ଅଗଷ୍ଟ ୫, ବୁଧବାର ରାମ ଜନ୍ମଭୂମି ଅଯୋଧ୍ୟାରେ ହେବାକୁ ଥିବା ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି କାର୍ଯ୍ୟକ୍ରମରେ ୧୭୫ ଜଣ ମାନ୍ୟଗନ୍ୟ ଅତିଥି ‌ଯୋଗ ଦେବାର ସୂଚନା ରହିଛି । ଏଥିପାଇଁ
ରାମ ଜନ୍ମଭୂମିକୁ ୟାର୍ଥମୁଭର୍ସ ଦ୍ୱାରା ସଫା କରାଯାଇଛି। ଏଠାରେ ଏକ ବଡ଼ ତମ୍ବୁ କରାଯାଇଛି, ଫଳରେ ବର୍ଷା ହେଲେ ବି ଯେପରି ବିଶେଷ କୌଣସି ଅସୁବିଧା ହେବ ନାହିଁ। ସମଗ୍ର ଅଞ୍ଚଳକୁ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳା ଦ୍ୱାରା ସୁସଜ୍ଜିତ କରାଯାଇଛି।


ମାହାମାରୀ କୋରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମାତ୍ର୧୭୫ଜଣ ଅତିଥିଙ୍କ ପାଇଁ ବସିବାର ବ୍ୟବସ୍ଥା କରାହୋଇଛି । କାର୍ଯ୍ୟକ୍ରମର କିଛି କିଛି ଦୂରତାରେ ଏଲ୍‌ସିଡି ସ୍କ୍ରିନ୍‌ ଲଗାଯାଇଛି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୧୯୮୯ ମସିହାରେ ଶିଳାନ୍ୟା‌ସ କରାଯାଇଥିଲା। ଏଠାରେ ଲାଗିଥିବା ଏଲସିଡି ସ୍କ୍ରିନ୍‌ରେ ପୂରା ଭୂମିପୂଜାର ସିଧାପ୍ରସାରଣ କରାଯିବ। କିଛି ମାନଗନ୍ୟ ଅତିଥି ଏଠାରେ ନିଜର ଉଦବୋଧନ ପ୍ରଦାନ କରିବେ। ମୋଦୀଙ୍କ ସହ ଅନ୍ୟ ନେତାମାନେ ରାମ ମନ୍ଦିର ତିଆରି ହେବାକୁ ଥିବା ସ୍ଥାନକୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button