ଓଡ଼ିଶାଦୁର୍ଘଟଣା

ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ,୧୫ ବଖରା ଘର ସହ ଜଳିଗଲେ ୨ଗାଈ

ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ । ଏଭଳି ଏଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ । ଫଳରେ ୧୫ ବଖରା ଘର ପୋଡିଯିବା ସହ ୨ ଗାଈ ଜାବନ୍ତ ଦଗ୍ଧ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ,ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଫଳରେ ୧୫ ବଖରା ଘର ଜଳି ଯିବା ସହ ୨ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ଓ ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଛାରଖାର ହୋଇଯାଇଥିବା ସୂଚନା ମିଳିଛି । ଏହା ସହ ଏକ ମୋଟର ସାଇକେଲ୍ ମଧ୍ୟ ଜଳିଯାଇଛି। ତେବେ ଅଗ୍ନିକାଣ୍ଡ କିପରି ଘଟିଲା,ତାହାର କାରଣ ଅସ୍ପଷ୍ଟ ରହିଛି।

 

 

 

 

Show More

Related Articles

Back to top button