ଓଡ଼ିଶାସ୍ୱତନ୍ତ୍ର

ମହାନଦୀରେ ହ୍ରାସ ପାଉଛି ଅଣମୌସୁମୀ ଜଳ

ମହାନଦୀରେ ହ୍ରାସ ପାଉଛି ଅଣମୌସୁମୀ ଜଳ । ହୀରାକୁଦଠାରେ ଜଳ ପ୍ରବାହ ତଟବର୍ତ୍ତୀ ଅଞ୍ଚଳରେ ହାରହାରି ଅଣମୌସୁମୀ ଜଳ ହ୍ରାସ ପାଉଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ପକ୍ଷରୁ ସୂଚନା ମିଳିଛି ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସାହୁ କହିଛନ୍ତି ଯେ ମହାନଦୀ ଅବବାହିକାର ଉପର ଅଞ୍ଚଳରେ ଛତିଶଗଡ଼ ଅବସ୍ଥିତ। ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଣମୌସୁମୀ ସମୟରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଛି।

ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ ମହାନଦୀର ହୀରାକୁଦଠାରେ ଅଣମୌସୁମୀ ଋତୁରେ ହାରହାରି ଜଳ ପ୍ରବାହର ପରିମାଣ ୧୯୯୧-୯୨ରୁ ୨୦୦୪-୦୫ ପର୍ଯ୍ୟନ୍ତ ପ୍ରାୟ ୧.୯୨ ନିୟୁତ ଏକର ଫୁଟ୍‌ ଥିଲା। ପରବର୍ତୀ ସମୟରେ ୨୦୦୫-୦୬ ମସିହାରୁ ୨୦୧୫-୧୬ ପର୍ଯ୍ୟନ୍ତ ହାରହାରି ପ୍ରବାହ ପ୍ରାୟ ୧.୨୫୨ ନିୟୁତ ଏକର ଫୁଟ୍‌କୁ ହ୍ରାସ ପାଇଛି। ସେହିପରି ୨୦୧୬/୧୭ ମସିହାରୁ ୨୦୨୧/୨୨ ପର୍ଯ୍ୟନ୍ତ ହାରହାରି ପ୍ରବାହ କ୍ରମାଗତ ଭାବେ ପ୍ରାୟ ୧.୧୮୭ ନିୟୁତ ଏକର ଫୁଟ୍‌କୁ ହ୍ରାସ ପାଇଛି।

Show More

Related Articles

Back to top button