ସ୍ୱତନ୍ତ୍ର

ଖୁବଶୀଘ୍ର ହ୍ବାଟ୍‌ସଆପ୍‌ରେ ଲଞ୍ଚ୍‌ ହେବ ନୂଆ ଫିଚର୍‌,ଏଣିକି ଫିଚର୍‌ ଜରିଆରେ ମିଳିବ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌

ବର୍ତ୍ତମାନ ସବୁଠୁ ଲୋକପ୍ରିୟ ଆପ ହେଉଛି ହ୍ବାଟ୍‌ସଆପ୍‌ । ୟୁଜରମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ପ୍ରାୟତଃ ହ୍ବାଟ୍‌ସଆପ୍‌ରେ ବିଭିନ୍ନ ନିୟମ ପରିବର୍ତ୍ତନ ହେବା ସହ ନୂଆ ଫିଚର ସାମ୍ନାକୁ ଆସିଥାଏ । ଖୁବଶୀଘ୍ର କମ୍ପାନି ପକ୍ଷରୁ ଆଉ ଏକ ନୂଆ ଫିଚର୍‌ ଲଞ୍ଚ୍‌ ହେବାକୁ ଯାଉଛି । ଏଣିକି ଫିଚର୍‌ ଜରିଆରେ ମିଳିବ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌ । ଏହାଦ୍ୱାରା ଗ୍ରୁପ୍‌ରୁ ମିଳୁଥିବା ନୋଟିଫିକେସନ୍‌ରୁ ମୁକ୍ତି ପାଇପାରିବେ ୟୁଜର ।

ମେଟା ଭର୍ସନରେ ଏହା ଲଞ୍ଚ ହୋଇଥିବା ବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହାକୁ ଆଗାମୀ ଦିନରେ ହ୍ବାଟ୍‌ସଆପ୍‌ ଡେସ୍କଟପ୍ ବ୍ୟବହାରକାରୀଙ୍କ ସକାଶେ  ଉପଲବ୍ଧ କରାଯିବାର ମଧ୍ୟ ଯୋଜନା ରହିିଛି। ଏହି ଫିଚର୍ ନାଁ ହେଉଛି ହ୍ବାଟ୍‌ସ୍‌ଆପ୍‌ର ‌ଷ୍ଟାଟସ୍‌ ଫିଚର୍‌। ଏହି ଫିଚର ଜରିଆରେ ବ୍ୟବହାରୀ ହ୍ବାଟ୍‌ସ୍‌ଆପ୍‌ ଷ୍ଟାଟସ୍‌ରେ ଏଣିକି ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଫଟୋ, ଭିଡିଓ କିମ୍ବା କ୍ୟାପ୍‌ସନ ନୁହେଁ, ବରଂ ଭଏସ୍‌ ନୋଟ୍‌ ନୋଟ୍‌ ଓ ଆଇଡିଆ ବି ସେୟାର କରିପାରିବେ।

 

Show More

Related Articles

Back to top button