Breaking PLUSଓଡ଼ିଶାମୁଖ୍ୟ ଖବର

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ୱିନ ସିଟିରେ ମୁତୟନ ହେବେ ବ୍ୟାପକ ପୋଲିସ ଫୋର୍ସ: ପୋଲିସ କମିଶନର

ଭୁବନେଶ୍ବର, 27 ଡିସେମ୍ବର – କମିଶନରେଟ ପୁଲିସ ଇଂରାଜୀ ନୂଆ ବର୍ଷ ଓ ଜିରୋ ନାଇଟ ସେଲିବ୍ରେସନକୁ ନେଇ କଡା ନଜର ରଖିବାକୁ ଯାଉଛି । ଜିରୋ ନାଇଟ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ଶାନ୍ତି ଶୃଙ୍ଖଳା ସହ ନିଉ ଇୟର ସେଲିବ୍ରେସନ କରନ୍ତୁ ନିୟମ ଉଲ୍ଲଙ୍ଘନ କରିବା କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ଅନ ଦ ସ୍ପଟ ଆକ୍ସନ ନେବ ।

ନୂଆ ବର୍ଷରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ରଫ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓଙ୍କ ଉପରେ ପୁଲିସର କଡ଼ା ନଜର ରହିବ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

Show More

Related Articles

Back to top button