ଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୨ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଗାଡି ପହଞ୍ଚିଛି। କାରଖାନା ଭିତରେ ଏବେବି ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ପୁଲିସ କହିବା ମୁତାବକ, ନିଆଁ ଲିଭା କାର୍ଯ୍ୟ ଏବେବି ଜାରି ରହିଛି। ଆଜି ସକାଳୁ ବିଲ୍ଡିଂର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହାପରେ ଦମକଳ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି। ସେପଟେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ନିଆଁ ଲାଗିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଜୀବନ ବିକଳରେ ଏପଟ ସେପଟ ଦୌଡିଥିଲେ ଲୋକେ। ଫଲରେ କିଛି ଲୋକେ ନିଆଁରେ ଜଳି ଯାଇଥିବା ସୂଚନା ମିଳିଛି। ଏବେବି ୮ରୁ ୧୦ ଜଣଙ୍କ ବିଲ୍ଡିଂ ଭିତରେ ଫଶି ଥିବା କୁହାଯାଉଛି।

Show More

Related Articles

Back to top button