ଦେଶସେଲିବ୍ରିଟିସ୍ୱାସ୍ଥ୍ୟ

କାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରମ୍ଭା,ଝିଅ ଗୁତୁତର

ଦୁର୍ଘଟଣା ଗ୍ରସ୍ତ ହେଲା ବଲିଉଡ ଅଭିନେତ୍ରୀ ରମ୍ଭାଙ୍କ କାର୍ । ଏହି ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରମ୍ଭା । କିନ୍ତୁ ତାଙ୍କ ଝିଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ରମ୍ଭାଙ୍କ ସମେତ ତାଙ୍କ ପରିବାର ସଦସ୍ୟ କାର୍‌ ଯୋଗେଁ ଯାଉଥିବା ସମୟରେ କାର ଦୂର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ଥେ ଏଥିରୁ ବର୍ତ୍ତିଯାଇଥିବାବେଳେ ତାଙ୍କ ଝିଅ ଗୁରୁତର  ଆହତ ହୋଇଥିଲେ ।

ତେବେ ଅଭିନେତ୍ରୀ ରମ୍ଭା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ସେୟାର କରିଛନ୍ତି । ତାଙ୍କ କାର୍ ଦୁର୍ଘଟଣାର ଆଶ୍ଚର୍ଯ୍ୟଜନକ ଖବର ସେୟାର କରିଛନ୍ତି । ସେ କାର୍‌ର ଚିତ୍ର ମଧ୍ୟ ସେୟାର କରିଛନ୍ତି । କାରର ଫଟୋ ସେୟାର କରିବା ସହିତ ରମ୍ଭା ହସ୍ପିଟାଲ ରୁମରୁ ତାଙ୍କ ଝିଅର ଫଟୋ ମଧ୍ୟ ସେୟାର କରିଛନ୍ତି । ରମ୍ଭାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କଝିଅର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

 

Show More

Related Articles

Back to top button