ଓଡ଼ିଶାସ୍ୱତନ୍ତ୍ର

ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ,ଗାଁକୁ ଆମ୍ବୁଲାନ୍ସ ନପହଞ୍ଚିବାରୁ ସାଇକେଲରେ ବୁହାହେଲେ ଗର୍ଭବତୀ

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ । ଗାଁକୁ ଆମ୍ବୁଲାନ୍ସ ନପହଞ୍ଚିବାରୁ ସାଇକେଲରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତର ଦିଉଡୁ ଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ନଆସିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ଦିଉଡୁ ଗୁଡ଼ା ଗ୍ରାମର ଚୈତନ୍ୟ ସାନ୍ତାଙ୍କ ସ୍ତ୍ରୀ ରୟଲା ସାନ୍ତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା।ପରିବାର ଲୋକେ ସ୍ଥାନୀୟ ଆଶାକୁ ଜଣାଇଥିଲେ । ଆଶା ଦିଦି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁଁ ଆଗକୁ ଯାଇ ନପାରିନଥିଲା । ପରେ କାଦୁଅ ରାସ୍ତାରେ ପରିବାର ଲୋକ ସାଇକେଲରେ ଗୋଟିଏ ଖଟକୁ ସଂଯୋଗ କରି ଗର୍ଭବତୀଙ୍କୁ ଦୀର୍ଘ ଦେଢ କିଲୋମିଟର ଠେଲି ଠେଲି ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।

Show More

Related Articles

Back to top button