Breaking PLUSମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଫିଲ୍ମଷ୍ଟାର ରଣବୀର ସିଂହ

ମୁମ୍ବାଇ: ୧୧୯ କୋଟିର ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଫିଲ୍ମଷ୍ଟାର ରଣବୀର ସିଂହ। ଫିଲ୍ମ ସୁପରଷ୍ଟାର ଶାହରୁଖ ଖାନଙ୍କ ଘରକୁ ଲାଗିଛି ଏହି ଚାକଚକ୍ୟ ଘର। ଏହି ଘରର ଠିକ୍ ସମ୍ମୁଖରେ ରହିଛି ସମୁଦ୍ର। ମୁମ୍ବାଇ ଅନ୍ତର୍ଗତ ବାନ୍ଦ୍ରାର ପୋଶ ଅଞ୍ଚଳରେ ଏହି ସ୍ଥାନ ସମସ୍ତଙ୍କର ଖୁବ୍ ପସନ୍ଦ। ଯେଉଁଠାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ବାସ କରନ୍ତି। ରିପୋର୍ଟ ଅନୁଯାୟୀ, ରଣବୀର ସିଂହ ଓ ତାଙ୍କ ପିତା ଜଗଜିତ୍ ସୁନ୍ଦର ସିଂହ ଭବନାନୀଙ୍କ ଫାର୍ମ ‘ଓହ ଫାଇଭ ଓହ ମିଡିଆ ୱାର୍କସ୍ LLP’ ସହିତ ମିଶି ଏହି ବିଳାଶପୂର୍ଣ୍ଣ ବଙ୍ଗଳା କିଣିଛନ୍ତି। ଏହା ଶାହରୁଖ ଖାନଙ୍କ ବାସଭବନ ନିକଟରେ ରହିଛି। ଏହି ଆପାର୍ଟମେଣ୍ଟଟି ଟାୱାରର ୧୬, ୧୭, ୧୮ ଏବଂ ୧୯ ମହଲାରେ ବ୍ୟାପି ରହିଛି। ଏହି ଆପାର୍ଟମେଣ୍ଟ ସମୁଦାୟ ୧୧,୨୬୬ ବର୍ଗଫୁଟ ଅଞ୍ଚଳକୁ ବ୍ୟାପି ରହିଥିବା ବେଳେ ଏହା ଭିତରେ ୧୩୦୦ ବର୍ଗଫୁଟର ସ୍ୱତନ୍ତ୍ର ଟେରାସ୍ ରହିଛି। ସୂଚନା ଅନୁସାରେ, ୨୦୨୧ ମସିହାରେ ରଣବୀର ଏବଂ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ଆଲିବାଗରେ ୨୨ କୋଟି ଡଲାରରେ ଏକ ବଙ୍ଗଳା କିଣିଥିଲେ। ବର୍ତ୍ତମାନ ରଣବୀରଙ୍କ ହାତରେ ଏବେ ଅନେକ ଫିଲ୍ମ ରହିଛି । ଆଗକୁ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସିର୍କସ୍’ରେ ରଣବୀର ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ପୂଜା ହେଗଡେ ଏବଂ ବରୁଣ ଶର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ୧୯୬୦ ଦଶକ ଉପରେ ଆଧାର କରି ଏହି ଚଳଚ୍ଚିତ୍ରଟି ରହିଛି। ଆସନ୍ତା ଖ୍ରୀଷ୍ଟମାସରେ ଏହା ରିଲିଜ୍ ହେବ।

Show More

Related Articles

Back to top button