ଅପରାଧଆଇନ କାନୁନଓଡ଼ିଶା

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସଗଡା ବନବିଭାଗର ଫରେଷ୍ଟର

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବନବିଭାଗର ଫରେଷ୍ଟର । କଳାହାଣ୍ଡି ଭବାନୀପାଟଣାରେ ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିବା ସମୟରେ ରାତିଅଧିଆ ଭିଜିଲାନ୍ସ ରେଡ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ପୂର୍ବ ପ୍ରସ୍ତୁତି ଅନୁସାରେ ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଭବାନୀପାଟଣା ଇରିଗେଶନ ଛକ ଠାରେ ଏକାକାଳୀନ ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଉପରେ ଚଢ଼ାଉ କରିଥିଲେ । ଏହାପରେ ତାଙ୍କଠାରୁ ୨ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଆଣି ପଚରା ଉଚରା ଜାରି ରଖିଛି l ତେବେ ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ରହିଥିବା ସୂଚନା ମିଳିଛି l

Show More

Related Articles

Back to top button