Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ

ନରସିଂହପୁର/ଜବଲପୁର- ମଧ୍ୟପ୍ରଦେଶର ନରସିଂହପୁର ରେଲୱେ ଷ୍ଟେସନରେ ଅଟକିଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ କୋଚରେ ଏହି ଘଟଣା ଘଟିଥିଲା । ତେବେ ସମୟ ଥାଉ ଥାଉ ଏହାକୁ ଆୟତ୍ତ କରାଯାଇଛି । ଅଘଟଣ ଯୋଗୁ କୌଣସି ଜୀବନହାନି ହୋଇନାହିଁ ।
ପ୍ରାରମ୍ଭିକ ସୂଚନା ମୁତାବକ, ବନ୍ଦେ ଭାରତ ଏକ୍ସପ୍ରେସର ସି-5 କୋଚରେ ସଟସର୍କିଟ ଯୋଗୁ ନିଆଁ ଲାଗିଥିଲା । ତେବେ ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରାଯାଇଛି । ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ଟ୍ରେନକୁ ଓହ୍ଲାଇ ପଡିଥିଲେ । ସୂଚନା ମିଳିବା କ୍ଷଣି ରେଲୱେ ଅଧିକାରୀ ଏବଂ କର୍ମଚାରୀ ସି-5 କୋଚରେ ପହଂଚିଥିଲେ ଏବଂ ନିଆଁକୁ ନିୟନ୍ତ୍ରଣ କରିଥିଲେ ।

Show More

Related Articles

Back to top button