Breaking PLUSଦେଶମୁଖ୍ୟ ଖବର

ଶ୍ରୀଲଙ୍କାକୁ କାଚାଥିଭୁ ଦ୍ୱୀପ ଦେଇଥିଲେ ଇନ୍ଦିରା ଗାନ୍ଧି

ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ ହରାଇଛି ଭାରତ

ନୂଆଦିଲ୍ଲୀ- ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ସୂଚନା ଅଧିକାରରେ ବହୁତ ଗରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି 1947ରେ ଶ୍ରୀଲଙ୍କାକୁ ପ୍ରଦାନ କରିଥିଲେ । ଏବେ କଚାଥିଭୂ ନାମରେ ଏହି ଦ୍ୱୀପ ଉପରେ ଶ୍ରୀଲଙ୍କାର ଅଧିକାର ରହିଛି ଏବଂ ସେଠାରେ ଏକ ଚର୍ଚ୍ଚ ନିର୍ମାଣ ହୋଇଛି ।
ଭାରତ ମହାସାଗରରେ କଚାଥିଭୁ ଦ୍ୱୀପ ଭାରତର ଦକ୍ଷିଣ ଭାଗ ଓ ଶ୍ରୀଲଙ୍କାର ମଧ୍ୟରେ ରହିଛି । ଜ୍ୱାଲାମୁଖୀ ବିସ୍ଫୋରଣ କାରଣରୁ ଏହି ଦ୍ୱୀପ ନିର୍ଜନ ଅଟେ, ତଥାପି ଏହି ଦ୍ୱୀପ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ।
ସୂଚନା ଅଧିକାର ଆଇନ ଆଧାରରେ ପ୍ରାପ୍ତ ଦସ୍ତାବିଜ ଅନୁସାରେ, ଏହି ଦ୍ୱୀପ ଭାରତରୁ 20କିଲୋମିଟର ଦୂରରେ ଏବଂ 1.9 ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟାପ୍ତ । ଭାରତ ସ୍ୱାଧୀନତା ପରେ ଏହି ଦ୍ୱୀପ ଉପରେ ଶ୍ରୀଲଙ୍କା ଦାବି କରିଥିଲା । 1955ରେ ସିଲୋନ ନୌସେନା ଏହି ଦ୍ୱୀପରେ ସୈନ୍ୟ ଅଭ୍ୟାସ କରିଥିଲା । ଏହାପରେ ଭାରତୀୟ ନୌସେନା ଏହି ସ୍ଥାନରେ ଯୁଦ୍ଧାଭ୍ୟାସ କରିଥିଲା । ତେବେ ଶ୍ରୀଲଙ୍କା ଏହାକୁ ବିରୋଧ କରିଥିଲା ।

Show More

Related Articles

Back to top button