Breaking PLUSଦେଶମୁଖ୍ୟ ଖବର

ମହାକାଳ ମନ୍ଦିରର ଗର୍ଭଗୃହରେ ଫଗୁ ପଡିବାରୁ ଲାଗିଲା ନିଆଁ, ପୂଜାରୀ ସମେତ 13 ଗୁରୁତର

ଉଜ୍ଜୟିନୀ, 25 ମାର୍ଚ୍ଚ – ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର ମନ୍ଦିରରେ ସୋମବାର ସକାଳେ ଭସ୍ମ ଆରତୀ ସମୟରେ ଗର୍ଭଗୃହରେ ନିଆଁ ଲାଗିଯାଇଥିଲା । ଏଥିରେ ପୂଜାରୀ ସମେତ 13ଜଣ ଲୋକ ଆହତ ହୋଇଛନ୍ତି । ଆରତୀ ସମୟରେ ଫଗୁ ଉଡିବାକୁ ନିଆଁ ଲାଗିଥିବା କୁହାଯାଉଛି । ଏହି ଅଘଟଣ ସମୟରେ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ମହାକାଳଙ୍କ ସହିତ ହୋଲି ମନାଉଥିଲେ । ଆହତଙ୍କ ମଧ୍ୟରୁ 6ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଚିକିତ୍ସା ପାଇଁ ସେମାନଙ୍କୁ ଇନ୍ଦୋର ରେଫର କରାଯାଇଛି ।

Show More

Related Articles

Back to top button